କରୋନା ଭୟରେ କେହି କଲେନି ସହଯୋଗ, ଶେଷରେ ଶବକୁ କାନ୍ଧ ଦେଲେ ମୁସଲମାନ ପଡ଼ୋଶୀ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ରେ ଏକ ଖବର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ହିନ୍ଦୁ ପରିବାରକୁ ସହଯୋଗର ହାତ ବଢାଇଛନ୍ତି ଜଣେ ମୁସଲିମ ପଡୋଶୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁ ଆର ଟି ନଗରରେ । ଗତ ଫେବ୍ରୁଆରୀ ମାସରେ ବିଦେଶରେ ରହୁଥିବା କାର୍ତିକି ମଇଟି ଓ ନିଜ ସ୍ତ୍ରୀ ମିନୁ ନିଜ ନାତିର ଜନ୍ମ ଦିନ ନିମନ୍ତେ ଘରକୁ ଫେରିଥିଲେ ।

deathବର୍ତ୍ତମାନ କରୋନା ଆତଙ୍କ ଚାଲିଥିବା ବେଳେ ହଠାତ୍ ଘରେ ଶୋଇଥିବା ବେଳେ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ଶବ ସତ୍କାର ପାଇଁ କେହି ଆସିନଥିଲେ । ଏହି ସମୟରେ ପାଖ ପଡୋଶୀ ମହମ୍ମଦ ଆଜାଜ୍ ସହଯୋଗର ହାତ ବଢାଇଥିଲେ। ୧୦ ଜଣ ମୁସଲିମ ପଡୋଶୀଙ୍କ ସହଯୋଗରେ ଶବକୁ ନେଇ ଦାହ କରିଥିଲେ । ତେବେ ଏପରି ଘଟଣାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.