ଦେଶରେ ଗତ ୨୪ ଘଣ୍ଟାରେ ୪୮ ହଜାର ୯୧୬ ନୂଆ ଆକ୍ରାନ୍ତ ଚିହ୍ନଟ, ୭୫୭ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ମୃତ୍ୟୁସଂଖ୍ୟା ୩୧ ହଜାର ୩୫୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୪୮ ହଜାର ୯୧୬ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୭୫୭ ଜଣଙ୍କର ଜୀବନ ନେଇଛି ଭାଇରସ୍‌। ଦେଶରେ ୧୩ ଲକ୍ଷ ୩୬ ହଜାର ୮୬୧ ଆକ୍ରାନ୍ତ ହୋଇଥିବା ବେଳେ, ୮ ଲକ୍ଷ ୪୯ ହଜାର ୪୩୨ ସୁସ୍ଥ ହୋଇଛନ୍ତି ।

ଦେଶରେ ବିଭିନ୍ନ ହସ୍ପିଟାଲରେ ୪ ଲକ୍ଷ ୫୬ ହଜାର ୭୧ଜଣ ଚିକିତ୍ସିତ ହୋଇଛନ୍ତି । ମହାରାଷ୍ଟ୍ରରେ ୩ ଲକ୍ଷ ୫୭ ହଜାର ୧୧୭ ଆକ୍ରାନ୍ତ ହୋଇଥିବା ବେଳେ, ୧୩ ହଜାର ୧୩୨ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ୭୪୯ ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ରହିଛି ୩ ହଜାର ୩୨୦।

କର୍ଣ୍ଣାଟକରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫୮ ହଜାର ୮୭୦ ହୋଇଥିବା ବେଳେ ୧୭୨୪ ଜଣଙ୍କ ଜୀବନ ଯାଇଛି। ଦିଲ୍ଲୀରେ ୧ ଲକ୍ଷ ୨୭ ହଜାର ୩୮୯ ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାର ୭୭୭ ଜଣଙ୍କର ମୃତ୍ୟୁ ହୋଇଛି । ଗୁଜରାଟରେ ୨ହଜାର ୨୭୮ଜଣଙ୍କର ମୃତ୍ୟୁ ହୋଇଛି । ୟୁପିରେ ୧ହଜାର ୩୪୮, ପଶ୍ଚିମବଙ୍ଗରେ ୧ ହଜାର ୨୯୦ ଜଣଙ୍କର ପ୍ରାଣ ଗଲାଣି।

Leave A Reply

Your email address will not be published.