ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ, ପ୍ରାଣ ହରାଇଛନ୍ତି ୩ ହଜାର ୯୮୦ଜଣ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସାଂଘାତିକ । ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ୪ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୩ ହଜାର ୯୮୦ । ଏପ୍ରିଲ ୩୦ ତାରିଖରେ ୪ ଲକ୍ଷ ପାର କରିଥିଲା । ଦ୍ୱିତୀୟ ଥର ପାଇଁ ଦେଶରେ ୪ ଲକ୍ଷ ପାର କରିଛି ପଜିଟିଭ୍‌ ସଂଖ୍ୟା ।

କୌଣସି ଦେଶରେ ୪ ଲକ୍ଷ ପାର କରିନାହିଁ କୋଭିଡ ପଜିଟିଭ୍‌ ସଂଖ୍ୟା । ଏପ୍ରିଲ ୩୦ରେ ୧୯ ଲକ୍ଷ ୪୦ ହଜାର ଟେଷ୍ଟିଂ କରାଯାଇଥିଲା । କିନ୍ତୁ ମଙ୍ଗଳବାର ୧୫ ଲକ୍ଷ ୪୦ ହଜାର ଟେଷ୍ଟ କରାଯାଇଥିଲା । ମହାରାଷ୍ଟ୍ରରେ ୫୭ ହଜାର ୬୪୦ ନୂଆ ମାମଲା ସାମ୍ନାକୁ ଆସିଛି । କର୍ଣ୍ଣାଟକରେ ୫୦ ହଜାର ୧୧୨ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୯୨୦ ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶରେ ୩୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକରେ ୩୪୬ ଜଣ ପ୍ରାଣ ହରାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.