ଦେଶରେ କରୋନାର ଲମ୍ବା ଡିଆଁ: ପୁଣି ଦିନକରେ ୧୩ହଜାର ୩୧୩ କରୋନା ସଂକ୍ରମିତ ଚିହ୍ନଟ, ୩୮ ମୃତ

ନୂଆଦିଳ୍ଲୀ: ଦେଶରେ କରୋନାର ଲମ୍ବା ଡିଆଁ। ପୁଣି ୧୩ ହଜାର ଉପରେ ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୧୩ହଜାର ୩୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୁନ୍ ୧୮ ତାରିଖରେ ୧୩ ହଜାର ୨୧୬ କରୋନା ସଂକ୍ରମିତ ହୋଇଥିଲେ। ୪ଦିନର ବ୍ୟବଧାନ ପରେ ପୁଣି ୧୩ହଜାର ଟପିଛି ସଂକ୍ରମଣ।
ଦିନକରେ ୩୮ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଆକ୍ଟିଭ କେସ ୮୩ହଜାର ୯୯୦ରେ ପହଞ୍ଚିଛି। ଦୈନିକ ସଂକ୍ରମଣ ହାର ରହିଛି ୨.୦୩ ପ୍ରତିଶତ । ସେପଟେ ଦେଶରେ ସଂକ୍ରମଣ ବଢୁଥିବାରୁ ଏନେଇ ଆଜି ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ । ଏକ ବିଶେଷଜ୍ଞ ଟିମ୍ ସହ କୋଭିଡ୍ ସ୍ଥିତି ନେଇ ଆଲୋଚନା କରିବେ ।