୬ ଦିନ ପରେ ଦେଶରେ କମିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ୩୦ ହଜାର ୫୪୯ ପଜିଟିଭ୍, ୪୨୨ମୃତ

ନୂଆଦିଲ୍ଲୀ: ୬ ଦିନ ପରେ ଦେଶରେ କମିଲା ଦୈନିକ ସଂକ୍ରମଣ। ଲଗାତର ୬ ଦିନ ପରେ ୪୦ ହଜାର ତଳେ ରହିଛି କରୋନା ସଂକ୍ରମଣଙ୍କ ସଂଖ୍ଯା। ମିଳିଥିବା ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତ ହୋଇଛନ୍ତି ୩୦ ହଜାର ୫୪୯। ଏହା ସହିତ ଗତ ୨୪ ଘଣ୍ଟାରେ ୪୨୨ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ।

ଆଜିକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୧୭ଲକ୍ଷ ୨୬ ହଜାର ୫୦୭ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୫ ହଜାର ୧୯୫ରେ ପହଞ୍ଚିଛି।

Leave A Reply

Your email address will not be published.