ଆମେରିକାରେ କରୋନା ଯୁଦ୍ଧ ହାରିଗଲେ ଭାରତୀୟ ସ୍ୱାସ୍ଥ୍ୟସେବିକା, ଝିଅ ସେୟାର କଲେ ମାଆଙ୍କ ସହ ହୋଇଥିବା ଶେଷକଥା

ଆମେରିକାରେ କରୋନା ସଂକ୍ରମଣ ଦିନକୁଦିନ ବଢିବାରେ ଲାଗିଛି । କରୋନା ପାଇଁ ଏହି ଦେଶ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ତେବେ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ସେଠାକାର ଡାକ୍ତରମାନେ ଦିନରାତି ପରିଶ୍ରମ କରୁଛନ୍ତି । ସେମାନଙ୍କ ମଧ୍ୟରେ ଏପରି ବି କିଛି ଡାକ୍ତର୍ ରହିଛନ୍ତି ଯେଉଁମାନେ ଏହି ରୋଗୀଙ୍କ ସଂସ୍ପର୍ଶରେ ଆସି ନିଜେ ସଂକ୍ରମିତ ହେବାସହ ମୃତ୍ୟୁବରଣ କରିଛନ୍ତି । ତେବେ ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଭାରତର ମାଧବୀ ଅୟା । ଯିଏକି ନିଜ ଝିଅକୁ ଜଲଦି ଫେରି ଆସିବେ ବୋଲି ପ୍ରତିଜ୍ଞା କରିଥିଲେ କିନ୍ତୁ କରୋନା ଯୁଦ୍ଧରେ ହାରି ନିଜ ପ୍ରାଣ ହରାଇଛନ୍ତି ।

ସୁଚନା ଅନୁଯାୟୀ ଭାରତର ମାଧବୀ ଆମେରିକାର ବୁଡ଼ହଲ୍ ମେଡିକାଲ ସେଣ୍ଟରରେ ଆମେରିକାନ୍ ଚିକିତ୍ସକଙ୍କର ସହାୟକ ରୂପେ କାମ କରନ୍ତି । ଲୋକମାନଙ୍କୁ କରୋନା ବିରୋଧରେ ପ୍ରୋତ୍ସାହିତ କରୁ କରୁ ସେ ନିଜେ କରୋନାରେ ସଂକ୍ରମିତ ହୋଇ ପଡ଼ିଥିଲେ । ସଂକ୍ରମିତ ହେବାପରେ ମାର୍ଚ୍ଚ 18 ତାରିଖରେ ସେ ଉକ୍ତ ମେଡିକାଲରେ ଭର୍ତ୍ତି ହୋଇଥିଲେ ମଧ୍ୟ ମାତ୍ର 11 ଦିନ ପରେ ସେ ପ୍ରାଣ ହରାଇଥିଲେ ।

ତେବେ ନିକଟରେ ମାଧବୀଙ୍କ ଝିଅ ମିନୋଲି ନିଜ ମାଆଙ୍କ ସହ ହୋଇଥିବା ଶେଷ କଥାକୁ ସେୟାର କରିଛନ୍ତି । ମାଧବୀ କରୋନା ସହ ସଂଘର୍ଷ କରୁଥିବା ସମୟରେ ମିନୋଲି ତାଙ୍କୁ ଲେଖିଥିଲେ “ମୋତେ ତୁମର ଆବଶ୍ୟକତା ଅଛି ମା, ଏହି ଦୁନିଆରେ କେବଳ ତୁମେ ହିଁ ମୋତେ ବୁଝିପାର । ଜଲଦି ଆମ ପାଖକୁ ଫେରିଆସ” । ତେବେ ନିଜ ଝିଅର ଏପରି ମେସେଜ୍ ପରେ ମାଧବୀ ଲେଖିଥିଲେ “ଲଭ ୟୁ, ମମି ତୁମ ପାଖକୁ ଅତିଶୀଘ୍ର ଫେରିଆସିବ” । କିନ୍ତୁ ମାଧବୀ ନିଜ ପ୍ରତିଜ୍ଞା ପୂରଣ କରିପାରିନଥିଲେ । ମାଧବୀଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ୍ କଷ୍ଟ ହେଉଥିଲା । ମାଧବୀ କେବଳ ଏକ ସର୍ଜିକାଲ ମାସ୍କ ପିନ୍ଧି କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିଲେ ବୋଲି ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ । ଏହି ମାସ୍କ କରୋନା ସଂକ୍ରମଣରୁ ବହୁତ କମ ସୁରକ୍ଷା ପ୍ରଦାନ କରିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.