ଇଟାଲି ପ୍ରସ୍ତୁତ କଲା ମାରାତ୍ମକ କରୋନା ପାଇଁ ଭ୍ୟାକସିନ: ମୂଷା ଦେହରେ ହେଲା ପରୀକ୍ଷା, ଖୁବଶୀଘ୍ର ହେବ ଟୀକାର କ୍ଲିନିକାଲ୍‌ ଟ୍ରାଏଲ୍‌

ଇଟାଲି: ଖୁବ ଶୀଘ୍ର କାବୁ ହେବ ମାରାତ୍ମକ କରୋନା । ଏଭଳି ଆଶା ସଂଚାର କରିଛି ଇଟାଲୀ । କରୋନା ସଂକ୍ରମଣ ରୋକିବାକୁ ପ୍ରସ୍ତୁତ ହୋଇଛି ଭ୍ୟାକସିନ । ଇଟାଲୀର ଗବେଷକ କୋଭିଡ ୧୯ ସଂକ୍ରମଣକୁ ରୋକିବାକୁ ଭ୍ୟାକସନ ପ୍ରସ୍ତୁତ କରିବାରେ ବୃହତ ସଫଳତା ହାସଲ କରିଥିବା ଦାବି କରିଛି। ଗବେଷକ ଦଳ ଏହି ପ୍ରତିଷେଧକ ପ୍ରସ୍ତୁତିର ଗବେଷଣା କରି ସଫଳ ହୋଇଛନ୍ତି। ମାନବ ଶରୀରକୁ ସଂକ୍ରମଣ କରି ମୃତ୍ୟୁ ମୁଖରେ ପକାଉଥିବା ଭୂତାଣୁକୁ ଏହି ଭ୍ୟାକସିନ ନିଷ୍କ୍ରିୟ କରିବା ସହ ସମସ୍ତ ପ୍ରତିକ୍ରିୟାକୁ ସମୁଳେ ନାଶ କରିବାକୁ ସକ୍ଷମ ହୋଇଥିବା ଦାବି ହୋଇଛି। ମୂଷା ଦେହରେ ଏହି ଟିକାର ପରୀକ୍ଷା ହୋଇଛି । ଖୁବଶୀଘ୍ର ଟୀକାର କ୍ଲିନିକାଲ୍‌ ଟ୍ରାଏଲ୍‌ ହେବ ।

Leave A Reply

Your email address will not be published.