ଯାଜପୁରରେ ଅମାନିଆଙ୍କୁ ସାବାଡ କରିବା ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଜିଲ୍ଲାପାଳ, ନିୟମ ଭଙ୍ଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ ନେଲେ କାର୍ଯ୍ୟାନୁଷ୍ଠାନ

ଯାଜପୁର ଟାଉନ: ଯାଜପୁର ଜିଲ୍ଲାରେ ଅମାନିଆଙ୍କୁ ସାବାଡ କରିବା ପାଇଁ ରାସ୍ତାକୁ ପୁଣି ଓହ୍ଲାଇଲେ ଜିଲ୍ଲାପାଳ । ଆଜି ବଢ଼ିଭୋରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଆସିଥିବା ଲୋକେ ବାଇକ ନେଇ ଆସିଥିବା ବେଳେ ସେହି ଗାଡିକୁ ଜବତ କରିଛି ପୋଲିସ । ଏଥିସହିତ
ସେମାନଙ୍କୁ ତାଗିଦ ମଧ୍ୟ କରାଯାଇଛି । ସକାଳ ୬ରୁ ୧୦ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରିବାକୁ ଜିଲ୍ଲା ପ୍ରଶାସନ ସମୟ ଧାର୍ଯ୍ୟ କରିଥିଲା । ଏଥିପାଇଁ କେବଳ ସାଇଲେକରେ କିମ୍ବା ପାଦରେ ଚାଲି ଚାଲିଆସିବାକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଏହାକୁ ଅମାନ୍ୟ କରି ବାଳାଶ୍ରମ ପଡିଆକୁ ପରିବା କିଣିବାକୁ ଆସିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।

seizedଜିଲ୍ଲାପାଳଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀ ସାମିଲ ହୋଇ ଏହି ଅମ।ନିଆ ମାନଙ୍କୁ ସାବାଡ କରିଥିଲେ । କେବଳ ଯାଜପୁର ସହର ନୁହେଁ ସମଗ୍ର ଯାଜପୁର ଜିଲ୍ଲାରେ ଏଭଳି ଦୃଢ଼ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ସେହିପରି ଯାଜପୁର ସଦରମହକୁମାର ବିଭିନ୍ନ ରାସ୍ତାକଡରେ ଦୋକାନ ଖୋଲିଥିବା ବ୍ୟବସାୟୀଙ୍କୁ ମଧ୍ୟ ସାବାଡ କରିଛନ୍ତି ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.