୨ୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଚିନ୍ତାରେ ଯାଜପୁର ଜିଲ୍ଲା ପ୍ରଶାସନ, ଆକ୍ରାନ୍ତଙ୍କ ସହ ଯିଏ ମିଶିଛନ୍ତି ୧୦୪କୁ ଫୋନ୍‌ କରିବାକୁ ନିବେଦନ

ଯାଜପୁର: ଯାଜପୁର ଜିଲ୍ଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାକୁ ନେଇ ଚିନ୍ତାରେ ପ୍ରଶାସନ । ଏହି ସଂକ୍ରମିତ ଜଣଙ୍କ କୋଲକାତାରୁ ଏକ ଟାଟା ମ୍ୟାଜିକରେ ପାଣିକୋଇଲି ଯାଏ ଆସିଥିଲେ । ଏହାପରେ ଏକ ମାଛ ବୁହା ଗା଼ଡ଼ିରେ ନିଜ ଗାଁକୁ ଫେରିଥିଲେ । ସଂପୃକ୍ତ ବ୍ୟକ୍ତିଙ୍କ ସହିତ ଯଦି କୌଣସି ବ୍ୟକ୍ତି ଆସିଥିବେ କିମ୍ବା ତାଙ୍କ ସହିତ ମିଳାମିଶା କରିଥିବେ ତୁରନ୍ତ ୧୦୪ ନମ୍ବରକୁ ଫୋନ କରିବା ପାଇଁ ନିବେଦନ କରିଛନ୍ତି ଯାଜପୁର ଜିଲ୍ଲାପାଳ । ଏଥିସହିତ ହୋମ କ୍ୱାରେଣ୍ଟାଇନରେ ରହି ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.