ଗଞ୍ଜାମ ପରେ ଯାଜପୁରରେ ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ, ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ରରେ ୧୪୪ ଧାରା ଜାରି

ଯାଜପୁର: ଯାଜପୁରରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଜିଲ୍ଲାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୫୮ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।  ଗଞ୍ଜାମ ପରେ ଯାଜପୁର ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତଙ୍କ ତାଲିକାରେ ରହିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଯାଜପୁରର କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ଅଞ୍ଚଳର । ଏମାନଙ୍କର କୋଲକାତା ଲିଙ୍କ ରହିଛି ।

jajpur areaତେବେ ଧର୍ମଶାଳା ବ୍ଳକରୁ ନୂଆକରି ଜଣେ ଚିହ୍ନଟ ହୋଇଛନ୍ତି । ସେ ସୁରତ ଫେରନ୍ତା । ଅନ୍ୟପଟେ ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ରରେ ୧୪୪ ଧାରା ଜାରି କରାଯାଇଛି । ତେବେ ପ୍ରଶାସନ ପକ୍ଷରୁ ଗତକାଲି ଆଉ ନୂତନ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ ନାହିଁ ବୋଲି ଘୋଷଣା କରାଯାଇଥିଲା। ଗତକାଲି ଚିହ୍ନଟ ହୋଇଥିବା ୫ ଜଣଙ୍କୁ କଳିଙ୍ଗନଗର ସ୍ଥିତ କୋଭିଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ସେମାନେ ରହୁଥିବା କ୍ବାରେଣ୍ଟାଇନ ଗୃହକୁ ସାନିଟାଇଜ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.