ଆମେରିକାରେ ୩ୟ ଟିକାକୁ ମିଳିଲା ମଞ୍ଜୁରୀ, ଏବେ ଗୋଟିଏ ଡୋଜ୍‌ରେ ଶେଷ ହେବ କରୋନା

କରୋନା ସଂକ୍ରମଣ ହ୍ରାସ ପାଉନଥିବାରୁ ସବୁ ଦେଶର ସରକାରଙ୍କୁ ଘାରିଛି ଚିନ୍ତା । ଲକ୍ଷ ଲକ୍ଷ ଲୋକଙ୍କର ଏଥିରେ ମୃତ୍ୟୁ ହୋଇସାରିଲାଣି । ଏହି ରୋଗ ଉପରେ ବିଜୟ ପାଇବା ପାଇଁ ସବୁ ଦେଶର ଗବେଷକ ଟିକା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଏବେ ମୋଡର୍ନା ଓ ଫାଇଜର ସହ ଆଉ କେତକ ଟିକାକୁ ମଞ୍ଜୁରୀ ମିଳିଛି । ଏବେ କରୋନା ପାଇଁ ଦିଆଯାଉଥିବା ଟିକା ଦୁଇଟି ଡୋଜ୍‌ରେ ଦିଆଯାଉଛି ।

vaccine
photo credit: punjabkesari.in

ହେଲେ ନିକଟରେ ଆମେରିକା ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ର ଟିକାକୁ ମଞ୍ଜୁରୀ ଦେଇଛି । ଏହା ଆମେରିକାରର ୩ୟ ଟିକା । ଏହି ଟିକା ଆଉ ଦୁଇଟି ଡୋଜ୍‌ ନୁହେଁ, ମାତ୍ର ଗୋଟିଏ ଡୋଜ୍‌ରେ କରୋନା ସଂକ୍ରମଣ ଉପରେ ବିଜୟ ପ୍ରାପ୍ତ କରିବ ବୋଲି ଆମେରିକାର ଗବେଷକମାନେ ପ୍ରକାଶ କରିଛନ୍ତି । ହେଲେ ଏହି ଟିକାକୁ ୧୮ ବର୍ଷ କିମ୍ବା ତା’ଠୁ ଅଧିକ ବୟସର ବ୍ୟକ୍ତିଙ୍କୁ ଦେବାକୁ ଅନୁମତି ମିଳିଛି ।

ଏହି ଟିକା ସଂକ୍ରମଣକୁ ରୋକିବା ପାଇଁ ପୂର୍ଣ୍ଣ ସମର୍ଥ ବୋଲି ଆମେରିକାର ଗବେଷକଙ୍କ ପକ୍ଷରୁ ପ୍ରକାଶ ପାଇଛି । ଏହି ଟିକା ଉପରେ କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଛି ଯେ ଆମେରିକାରେ ଏହି ଟିକା ୮୫.୯ ପ୍ରତିଶତ, ଦକ୍ଷିଣ ଆଫ୍ରିକାରେ ୮୧.୭ ପ୍ରତିଶତ ଓ ବ୍ରାଜିଲ୍‌ରେ ୮୭.୬ ପ୍ରତିଶତ ପ୍ରଭାବଶୀଳ ହୋଇଛି । ତେବେ ଟିକାର ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଯଥା- ଅଳ୍ପ ଦରଜ,ଜର, ମୁଣ୍ଡ ବିନ୍ଧା ଓ ଥକାପଣ ରହିଛି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।