କରୋନା ଭାଇରସ

କରୋନା ଲଢ଼େଇରେ ପ୍ରଶାସନ ଓ ଜନସାଧାରଣଙ୍କ ଭିତରେ ସମ୍ପର୍କର ସେତୁ ପାଲଟିଥିବା ସାମ୍ବାଦିକ କଣ ଖାଲି ଧନ୍ୟବାଦର ପାତ୍ର ?

କରୋନା ସହ ଲଢ଼େଇ କରୁଛି ସାରା ବିଶ୍ୱ । ହେଲେ କିଏ ଘରେ ରହି ଲଢୁଛି ତ ଆଉ କିଏ ବାହାରେ । ଅବଶ୍ୟ ଯେଉଁମାନେ ବାହାରେ ଲଢ଼ୁଛନ୍ତି ସେମାନେ ସମ୍ମୁଖ ଯୋଦ୍ଧା ଭାବେ ପରିଗଣିତ ହେଉଛନ୍ତି । ପ୍ରଥମରେ ଅଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ଏମାନଙ୍କ ବାଦ୍‌ ପୋଲିସ୍‌, ପ୍ରାଶସନ, ସଫେଇ କର୍ମଚାରୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ଆଦି । ଏଥିରେ ଶେଷରେ ଯୋଡ଼ି ହୋଇଛନ୍ତି ସରପଞ୍ଚ । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଡାକ୍ତରମାନଙ୍କୁ ପ୍ରଶଂସା କରିଛନ୍ତି । ସେମାନଙ୍କ ଉତ୍ସାହ ବଢ଼ାଇବାକୁ ଉଦ୍ୟମ ଚଳାଇଛନ୍ତି । ହେଲେ ସମସ୍ତେ ଭୁଲି ଯାଉଛନ୍ତି ଏହି ଯୁଦ୍ଧରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସାମ୍ବାଦିକମାନଙ୍କୁ । ସେମାନଙ୍କୁ କେବଳ ଧନ୍ୟବାଦ ଦେଇ କମ ଚଳାଇ ଦେଉଛନ୍ତି ପ୍ରଶାସକମାନେ ।

ତେବେ ଭୁଲି ଯାଛନ୍ତି ଯେ ଏହି ସାମ୍ବାଦିକମାନଙ୍କ ଯୋଗୁଁ ଲୋକେ ସଚେତନ ହେଉଛନ୍ତି । ଘରେ ବନ୍ଦୀ ରହିଥିବା ଲୋକମାନଙ୍କୁ ପ୍ରତିମୁହୂର୍ତ୍ତରେ ଦେଶ ଦୁନିଆର ଖବର ପହଞ୍ଚାଉଛନ୍ତି । ନିଜ ଜୀବନକୁ ବିପନ୍ନ କରି ସରକାରଙ୍କ ପଦକ୍ଷେପ, ସଚେତନତାର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି । ତା ସହିତ ଲୋକଙ୍କ ଦୈନନ୍ଦିନ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଉଛନ୍ତି । ଆଜି ଯଦି ଓଡ଼ିଶା ବାହାରେ ଥିବା ଓଡ଼ିଆଙ୍କ ସମସ୍ୟାକୁ ରାଜ୍ୟ ସରକାର ହୃଦୟଙ୍ଗମ କରିଛନ୍ତି ତେବେ ସେଥିପାଇଁ ମୁଖ୍ୟତଃ ଦାୟୀ ହେଉଛି ଗଣମାଧ୍ୟମ । ସେ ପ୍ରିଣ୍ଟ ମିଡିଆ ହେଉ କି ଇଲେକଟ୍ରୋନିକ୍ସ ମିଡିଆ ଅବା ସୋସିଆଲ ମିଡିଆ, ସମସ୍ତେ ନିଜର ବ୍ୟକ୍ତିଗତ ଜୀବନକୁ ଆଡ଼େଇ ଦେଇ କରୋନା ଲଢ଼େଇରେ ସରକାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇଛନ୍ତି । ନକାରାତ୍ମକ ଖବର ପ୍ରତି ଧ୍ୟାନ ନଦେଇ କେବଳ ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି ।

ଖାଲି ସେତିକି ନୁହେଁ, ପୋଲିସ୍‌, ପ୍ରଶାସନ ସମେତ କରୋନା ଲଢ଼େଇରେ ସଂପୃକ୍ତ ଯୋଦ୍ଧାମାନଙ୍କ ସମ୍ପର୍କରେ ଭଲ ଖବର ପ୍ରସାରଣ କରି ସେମାନଙ୍କ ମନୋବଳ ବଢ଼ାଇବାରେ ପଛଘୁଞ୍ଚା ଦେଇ ନାହିଁ । ରାଜ୍ୟର କୋଣ ଅନୁକୋଣରୁ ଏଭଳି ଖବର ସବୁ ସଂଗ୍ରହ କରି ସାମ୍ବାଦିକମାନେ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି । ହେଲେ ଶୁଖିଲା ଧନ୍ୟବାଦ ଛଡ଼ା ସେମାନଙ୍କୁ ଆଉ କିଛି ମିଳି ନାହିଁ ।

ନିଜ କର୍ତ୍ତବ୍ୟ ପଥରେ ମୁମ୍ବାଇ ଓ ତାମିଲନାଡୁର ପ୍ରାୟ ୮୦ ଜଣ ସାମ୍ବାଦିକ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି । ଯାହା ଡାକ୍ତରଙ୍କ ତୁଳନାରେ ଅଧିକ । ଏସବୁ ସତ୍ତ୍ୱେ ସରକାର ସେମାନଙ୍କ ଆଡ଼େ ଦୃଷ୍ଟି ଦେଇ ନାହାନ୍ତି । ଘରେ ଲକ୍‌ଡାଉନ୍‌ରେ ଥିବା ଲୋକ ଏବଂ ପ୍ରଶାସନ ଭିତରେ ଏକ ସେତୁବନ୍ଧ ବାନ୍ଧିଛି ଗଣମାଧ୍ୟମ । ହେଲେ ଏହାର କର୍ମଚାରୀମାନେ ସମ୍ପୂର୍ଣ୍ଣ ଅବହେଳାର ଶିକାର ହୋଇଛନ୍ତି । ଯାହା ସମସ୍ତଙ୍କୁ ଦୁଃଖ ଦେଇଛି ।
ଆମେ ଆଶା କରୁଛୁ । ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଡାକ୍ତର ଏବଂ ଅନ୍ୟ କରୋନା ଯୋଦ୍ଧାଙ୍କ ଭଳି ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମସ୍ୟାକୁ ବୁଝି ସେମାନଙ୍କ ପାଇଁ କିଛି ଠୋସ୍‌ ପଦକ୍ଷେପ ନେବେ ।

 

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

8 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

14 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

28 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago