କନିକାଙ୍କୁ ନେଇ ଚାଲିଛି କସରତ, ଯେଉଁ ହୋଟେଲରେ ସେ ରହିଥିଲେ ସେଇଠି ଥିଲେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଟିମ୍‌

ଏବେ ଗାୟିକା କନିକା କପୁରଙ୍କୁ ନେଇ ଚାଲିଛି ବଡ଼ କସରତ । ସବୁଠି ଖୋଜା ଚାଲିଛି କନିକା କପୁରଙ୍କ ସହ ମିଶିଥିବା ଲୋକଙ୍କ ତାଲିକା । ଏଥିପାଇଁ ଉତ୍ତରପ୍ରଦେଶରେ ୧୦୦ ଟିମ୍‌ରେ ପ୍ରାୟ ହଜାରେ ଲୋକ ନିୟୋଜିତ ହୋଇଛନ୍ତି । ଲଣ୍ଡନରୁ ଫେରିବା ପରେ କନିକା ଲକ୍ଷ୍ନୈାର ଯେଉଁ ହୋଟେଲରେ ଥିଲେ ସେଠାରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌ ରହିଥିଲେ ।

ଗାୟକ କନିକା ମାର୍ଚ୍ଚ ୧୪ ତାରିଖରୁ ୧୬ ପର୍ଯ୍ୟନ୍ତ ଲକ୍ଷ୍ନୈାର ଏହି ୫ ତାରକା ହୋଟେଲରେ ରହିଥିଲେ । ଏଥିପାଇଁ ଗୋଟିଏ ଦଳ ଏହି ପଞ୍ଚ ତାରକା ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚ କରି କେଉଁମାନେ ଏହି ସମୟରେ ତାଙ୍କ ସମ୍ପର୍କରେ ଥିଲେ ତାଙ୍କୁ ଖୋଜୁଛନ୍ତି । ଅନ୍ୟ ଏକ ଦଳ କନିକାଙ୍କ ଘର ପାଖାପାଖି ରହୁଥିବା ପ୍ରାୟ ୨୨ହଜାର ଲୋକଙ୍କୁ ଯାଞ୍ଚ କରିଥିବା ଜଣାଯାଇଛି ।South-Africa team

ଏକ ରିପୋର୍ଟ ଅନୁଯାୟୀ କନିକା ହୋଟେଲରେ ଖାଇବା ସମୟରେ ବହୁ ଲୋକଙ୍କ ସହ ମିଶିଥିଲେ ଓ ଏକ ନ୍ୟୁଜ୍‌ ଚ୍ୟାନେଲ୍‌ କନ୍‌କ୍ଲେଭରେ ଯୋଗ ଦେଇଥିଲେ । ବାହାରୁ ଆସିଥିବାରୁ ତାଙ୍କୁ ଘରେ ରହିବାକୁ କୁହାଯାଇଥିଲେ ମଧ୍ୟ ସେ ସବୁଠି ବୁଲୁଥିବା ଦେଖିବାକୁ ମିଳିଥିଲେ ।

ଏବେ ତାଙ୍କର କରୋନା ପଜେଟିଭ ରିପୋର୍ଟ ଆସିବା ପରେ ତାଙ୍କ ସହ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି । ଲକ୍ଷ୍ନୈାର ମେଡ଼ିକାଲ ଅଫିସର ଡା. ନରେନ୍ଦ୍ର ଅଗ୍ରଓ୍ଵାଲ୍‌ କନିକାଙ୍କ ବିରୋଧରେ ଏକ ଏଫ୍‌ଆଇଆର୍‌ ଦାଖଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.