ନୂଆଁ ରିସର୍ଚ୍ଚରେ ଏମିତି କଥା ସାମନାକୁ ଆସିଲା, ଲଙ୍ଗ କୋଭିଡ କେତେ ବିପଜ୍ଜନକ

କୋଭିଡର ପ୍ରଭାବ ତ ଆମେ ଦେଖିସାରିଛେ । କିନ୍ତୁ କୋଭିଡ ପରର ପ୍ରଭାବ କେତେ ତାହା ଅନୁଭବ କଲେଣି କି । ଅନେକ ଏଭଳି ରୋଗୀ ଅଛନ୍ତି ଯେଉଁମାନଙ୍କ ଉପରେ କୋଭିଡର ପ୍ରଭାବ ଲମ୍ବା ସମୟ ଧରି ଦେଖାଯାଉଛି । ଯାହାକୁ ଲଙ୍ଗ କୋଭିିଡ ବୋଲି କୁହାଯାଉଛି । କେଉଁ ରୋଗୀ ମଧ୍ୟରେ ଲଙ୍ଗ କୋଭିଡର ପ୍ରଭାବ ଦେଖାଯିବ ଏବଂ କୋଉଥିରେ ଦେଖାଯିବ ନାହିଁ ଏହା ପ୍ରାରମ୍ଭରୁ କୁହାଯାଇପାରିବ ନାହିଁ । କିନ୍ତୁ ନୂଆଁ ରିସର୍ଚ୍ଚରେ ଏମିତି କଥା ସାମନାକୁ ଆସିଲା ଯେଉଁଥିରେ କୁହାଯାଇପାରିବ କି ଲଙ୍ଗ କୋଭିଡ କେବେ ଆଉ କାହିଁକି ବଢିଥାଏ ।

ଆମେରିକା ସ୍ୱାସ୍ଥ୍ୟ ଏଜେନ୍ସି ସିଡିସି ରିପୋର୍ଟ କହୁଛି କି ୮ପ୍ରତିଶତ ଆମେରିକୀ କରୋନା ସଂକ୍ରମଣ ପରେ କୌଣସି ବି ଲଙ୍ଗ କୋଭିଡ ସହ ଜୁଝି ହେଉଛନ୍ତି । ରିସର୍ଚ୍ଚ କରୁଥିବା ୟେଲ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ କହିବା କଥ । ଲଙ୍ଗ କୋଭିଡର ସମସ୍ୟାକୁ ଷ୍ଟ୍ରେସ ହରୋମୋନ ସହ ବୁଝାଯାଇପାରିବ । ସେମାନଙ୍କର କହିବା କଥା କୋଭିଡରୁ ରିକଭରି ପରେ ରୋଗୀ ମଧ୍ୟରେ ସୁସ୍ଥ ମଣିଷ ଅପେକ୍ଷା ୫୦ପ୍ରତିଶତ ଯାଏଁ ଅଧିକ ଷ୍ଟ୍ରେସ ହରମୋନ କାର୍ଟିସୋଲ ଶରୀରରେ ରିଲିଜ ହୋଇଥାଏ । ତେବେ ଲଙ୍ଗ କୋଭିଡ ହେବାର ରିକ୍ସ ମଧ୍ୟ ଅଧିକ ରହିଥାଏ । କିନ୍ତୁ ଅନ୍ୟ ଏକ ରିପୋର୍ଟ ହିସାବରେ ଏପର୍ଯ୍ୟନ୍ତ ଏହା କହିବା ମୁସ୍କିଲ କି ରୋଗୀ ଉପରେ ଲଙ୍ଗ କୋଭିଡର ପ୍ରଭାବ କେମିତି । ଯାହାର ସନ୍ଧାନ ଲଗାଇବାରେ ଚେଷ୍ଟା କରାଯାଉଛି ।

ଅନୁସନ୍ଧାନକାରୀମାନେ ଲଙ୍ଗ କୋଭିଡର ରିସ୍କକୁ ବୁଝିବା ପାଇଁ ୨୧୫ଲୋକଙ୍କ ଉପରେ ରିସର୍ଚ୍ଚ କରଥିଲେ । ଏମାନଙ୍କ ମଧ୍ୟରେ ୯୯ ମାମଲା ଲଙ୍ଗ କୋଭିଡର ଥିଲେ । ୪୪ଏଭଳି ଥିଲେ ଯେଉଁମାନଙ୍କ ମଧ୍ୟରେ କୋଭିଡର ଲକ୍ଷଣ ଦେଖାଯାଇନଥିଲା । ସେଇଠି ୭୬ଜଣ ଏଭଳି ଥିଲେ ଯେଉଁମାନେ କୋଭିଡରୁ ରିକଭରି କରିଯାଇଥିଲେ । କିନ୍ତୁ ଏଥିରେ ଲଙ୍ଗ ଟର୍ମ କମ୍ପ୍ଲିକେସନ୍ସ ଦେଖାଯାଉନଥିଲା । ଲଙ୍ଗ କୋଭିଡରେ ଜୁଝିହେଉଥିବା ରୋଗୀମାନଙ୍କ ମଧ୍ୟରେ ସବୁଠୁ କମନ ଲକ୍ଷଣ ଥିଲା ଥକାପଣ ଓ ନର୍ଭସ ସିଷ୍ଟମ ସହ ଯୋଡି ହୋଇଥିବା ସମସ୍ୟା ଆଉ ବ୍ରିଦିଙ୍ଗ ପ୍ରୋବ୍ଲେମ ।

ରୋଗୀ ଶରୀରରେ ଏମିତି କଣ ପରିବର୍ତ୍ତନ ହୋଇଥାଏ ଯାହା ଲଙ୍ଗ କୋଭିଡ ଆଣିବାରେ ଦାୟୀ ହୋଇଥାଏ । ଏହାକୁ ଜାଣିବା ପାଇଁ ରୋଗୀ ମାନଙ୍କ ବ୍ଲଡ ସ୍ୟାମ୍ପଲ ନିଆଗଲା ଓ ସେମାନଙ୍କର ଯାଞ୍ଜ କରାଗଲା । ଯାଞ୍ଚରେ ସାମନାକୁ ଆସିଥିଲା କି ଏଥିରେ କାର୍ଟିସୋଲ ହରମୋନର ଲେବଲ ବଢିକି ଥିଲା ।

କାର୍ଟିସୋଲକୁ ଷ୍ଟ୍ରେସ ହରମୋନ ନାମରେ ବି ଜଣାଯାଏ । ଏହି ହରମୋନ ଏଡ୍ରିନଲ ଗ୍ଲାଣ୍ଡ ରିଲିଜ କରିଥାଏ । ଯେବେ ଏହି ହରମୋନ ବ୍ଲଡ ସହ ମିଶିବା ଆରମ୍ଭ କରେ ତେବେ ଏହାର ସିଧା ପ୍ରଭାବ ମସ୍ତିଷ୍କ ଉପରେ ସିଧାସଳଖ ଯ।ାଇ ପଡେ ଯାହା ଚିନ୍ତା ବଢାଇଥାଏ । ଏହାକୁ ଲଙ୍ଗ କୋଭିଡ ସହ ଯୋଡାଗଲା । କାରଣ ଏଭଳ ିଅଧିକାଂଶ ମାମଲାରେ ନର୍ଭସ ସିଷ୍ଟମ ସହ ଯୋଡା ଲକ୍ଷଣ ଭାବେ ନଜର ଆସିଥାଏ । ଯେମିତିକି ନିଦ ନଆସିବା, ମୁଣ୍ଡ ଭାରି ଲାଗିବା ଓ ଥକାପଣ ଲାଗିବା ।

ଦ ଲାନସେଟ ଜର୍ଣଲରେ ପବ୍ଲିସ ରିସର୍ଚ୍ଚ କହୁଛି କି କୋଭିଡ ସହ ସଂକ୍ରମିତ ପ୍ରତି ୮ଜଣରେ ଜଣେ ବ୍ୟକ୍ତିକୁ ଏହି ଭାଇରସରୁ ମୁକ୍ତି ମିଳିବାର ଅନେକ ମାସ ପରେ ବି ଲଙ୍ଗ କୋଭିଡ ପ୍ରଭାବ ରହିଥିବା ଦେଖିବାକୁ ମିଳୁଛି । ଏହିଷ୍ଟଡି ନେଦରଲ୍ୟାଣ୍ଡରେ ୭୬ହଜାରରୁ ଅଧିକ ବୟସ୍କଙ୍କ ଉପରେ ୨୦୨୦ ମାର୍ଚ୍ଚରୁ ୨୦୨୧ ଅଗଷ୍ଟ ମଧ୍ୟରେ କରାଯାଇଥିଲା । ଆଉ ଏହି ବୟସ୍କଙ୍କୁ ୨୩ଟି ସାମାନ୍ୟ ଲକ୍ଷଣ ବିଷୟରେ ଏକ ଅନଲାଇନ ପ୍ରଶ୍ନାବଳୀ ଭରିବାକୁ କୁହାଯାଇଥିଲା । ଏଥିରେ ୪୨୦୦ରୁ ଅଧିକ ଅର୍ଥାତ ୫.୫ପ୍ରତିଶତ, କୋଭିଡ ସହ ସଂକ୍ରମିତ ହେବାର ସୂଚନା ଦେଲେ । ଏମାନଙ୍କ ମଧ୍ୟରେ ୨୧ପ୍ରତିଶତଠୁ ବି ଅଧିକଙ୍କ ମଧ୍ୟରେ ସଂକ୍ରମିତ ହେବାର ତିନିରୁ ୫ମାସ ପରେ ବି କୋଭିଡର କିଛି କିଛି ଲକ୍ଷଣ ଦେଖିବାକୁ ମିଳିଥିଲା । ଆଉ ଯେଉଁଲୋକଙ୍କର କୋଭିଡ ଥିଲା, ସେମାନଙ୍କ ମଧ୍ୟରେ ୧୨.୭ ପ୍ରତିଶତ ଅର୍ଥାତ ଆଠରେ ଜଣେ ବ୍ୟକ୍ତି ମଧ୍ୟରେ କୋଭିଡର କୌଣସି ଗୋଟିଏ ବି ଲକ୍ଷଣ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.