କରୋନାକୁ ବିଶ୍ୱ ମହାମାରୀ : ଜାଣନ୍ତୁ କାହିଁକି ଓ କେତେବେଳେ ହୁଏ ମହାମାରୀ ଘୋଷଣା

କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷିତ କରିଦେଇଛନ୍ତି। ଏହାଛଡା ଆମେରିକା ସଂକ୍ରମିତଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ୁଥିବା ଦେଖି ଆପାତକାଳୀନ ଘୋଷଣା କରିଦେଇଛନ୍ତି। ଖବର ଅନୁଯାୟୀ କରୋନା ଭାଇରସ୍‌ ଏବେ ପର୍ଯ୍ୟନ୍ତ ୧୫୭ଟି ଦେଶରେ ତାର କାୟା ବିସ୍ତାର କରିସାରିଛି। ଯାହାଫଳରେ ୧ ଲକ୍ଷ ୧୮ ହଜାର ଲୋକ ଏହି ଜୀବନନାଶକ କରୋନା ଭାଇରସର ଶିକାର ହୋଇଛନ୍ତି। ତେବେ ଏବେ ଆସନ୍ତୁ ଜାଣିବା ଏହି ମହାମାରୀ ଶବ୍ଦର ଘୋଷଣା କେତେବେଳ କରାଯାଏ ଆଉ କାହିଁକି?

corona maskମହାମାରୀ ଶବ୍ଦ ସେହି ସଂକ୍ରମଣକାରୀ ରୋଗ ପାଇଁ ବ୍ୟବହାର କରାଯାଏ, ଯାହା ଗୋଟିଏ ସମୟରେ ଦୁନିଆର ଅଲଗା ଅଲଗା ଦେଶର ଲୋକଙ୍କ ଠାରେ ବ୍ୟାପୁଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୨୦୦୯ ମସିହାରେ ସ୍ୱାଇନ୍‌ ଫ୍ଲୁକୁ ମହାମାରୀ ଘୋଷିତ କରାଯାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ଅନୁଯାୟୀ, ଯେତେବେଳେ ଭାଇରସ୍‌ ବିଲକୁଲ ନୂଆ ହୋଇଥିବ ଏବଂ ତାହାର ସଂପର୍କ ଦ୍ୱାରା ଆସିଥିବା ଲୋକଙ୍କୁ ଯଦି ଏହା ସଂକ୍ରମିତ କରୁଥିବ ଏବଂ ତାହାର କୌଣସି ମେଡିସିନ୍‌ ବା ଚିକିତ୍ସା ନଥିବ କିମ୍ବା ଏହାଦ୍ୱାରା ହେଉଥିବା ମୃତ୍ୟୁସଂଖ୍ୟା ବହୁତ ମାତ୍ରାରେ ବଢୁଥିବା ତେବେ ତାହାକୁ ମହାମାରୀ ଘୋଷିତ କରାଯାଇଥାଏ।

coronaକରୋନା ଭାଇରସ ଚିକିତ୍ସାର ଟୀକାକୁ ମଧ୍ୟ ଏଯାଏଁ ସନ୍ଧାନ କରାଯାଇପାରିନାହିଁ। ସାରା ଦୁନିଆର ବୈଜ୍ଞାନିକ ଏହି ମହାମହାରୀ କରୋନା ଭାଇରସ ଚିକିତ୍ସାର ସନ୍ଧାନ କରିବାରେ ଲାଗିଛନ୍ତି। ଏକ ରିପୋର୍ଟ ଅନୁଯାୟୀ କରୋନା ଭାଇରସର ଟୀକା ବାହାର କରିବାକୁ ଆହୁରି ବର୍ଷେ କି ୧୮ ମାସ ସମୟ ଲାଗିବ। ଆମେରିକାରେ ହିଁ ୧୦ଟି ବିଭିନ୍ନ ରିସର୍ଚ୍ଚ ଲ୍ୟାବରେ କରୋନା ଭାଇରସର ଟୀକା ବାହାର କରିବା ପାଇଁ ରିସର୍ଚ୍ଚ କରାଯାଉଛି। ଯେଉଁଥିରେ ଗୋଟିଏ ଲ୍ୟାବ ଏପ୍ରିଲରେ କ୍ଲିନିକାଲ ଟ୍ରାଏଲ୍ ଆରମ୍ଭ କରିବାକୁ ଆଶା ରଖିଛି।

corona alertକ୍ଲିନିକାଲ ଟ୍ରାଏଲ୍ ଆରମ୍ଭ ହେବା ପରେ ମଣିଷଙ୍କ ଉପରେ ଏହାର ପ୍ରଥମ ଷ୍ଟେଜର ଟେଷ୍ଟିଂରେ ଆଉ ତିନି ମାସ ଲାଗିବ। ସେହିପରି ଫାଇନାଲ ଟ୍ରାଏଲ ହେବା ପର୍ଯ୍ୟନ୍ତ ଏହି ପ୍ରକ୍ରୀୟାରେ ୮ ମାସ ଆହୁରି ସମୟ ଲାଗିବ। ଏହି କାରଣରୁ ବଜାରରେ କରୋନା ଭାଇରସର ଟୀକା ଏବେ ଜଲଦି ଆସିଯିବ ବୋଲି ଆଶଙ୍କା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.