ଜାଣନ୍ତୁ, ଶିଶୁଙ୍କ ଉପରେ କାହିଁକି କରୋନାର ୩ୟ ଲହର ମାରାତ୍ମକ

ନୂଆଦିଲ୍ଲୀ : ଗବେଷକଙ୍କ କହିବା ଅନୁଯାୟୀ, କରୋନାର ୩ୟ ଲହର ପିଲାଙ୍କ ପାଇଁ ମାରାତ୍ମକ ହୋଇପାରେ । ତେବେ ପିଲାଙ୍କ ପାଇଁ ଏହା କାହିଁକି ମାରତ୍ମକ ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଗବେଷକ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ କରୋନାର ୩ୟ ଲହର ଆସିବା ବେଳକୁ ଦେଶର ଅଧିକାଂଶ ବୟସ୍କ ଟିକା ନେଇ ସାରିଥିବେ । ଫଳରେ ଏହି ଲୋକ ପିଲାଙ୍କ ତୁଳନାରେ ଅଧିକ ସୁରକ୍ଷିତ ହୋଇଯିବେ । ଅନ୍ୟପକ୍ଷରେ ପିଲାଙ୍କ ପାଇଁ ଏଯାଏ କୌଣସି ଟିକା ପ୍ରସ୍ତୁତ କରାଯାଇନାହିଁ । ଅଳ୍ପ ବୟସ୍କଙ୍କ ପାଇଁ ଯେଉଁ ଟିକା ତିଆରି ହୋଇଛି ତାହା କେବଳ ୧୬ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଉପରେ ପ୍ରରୀକ୍ଷା କରାଯାଇଛି ।

ଏକ୍ସପର୍ଟ କମିଟି ଯେଉଁ ‘ମଡେଲ’ ପ୍ରସ୍ତୁତ କରିଛନ୍ତି ତାହା କେବଳ କରୋନା ମାମଲାର ଗଣିତୀୟ ଢ଼ାଞ୍ଚା ଅନୁଯାୟୀ ଅନୁମାନ ଲଗାଯାଇଛି । ମଡେଲ ଅନୁଯାୟୀ କରୋନାର ୩ୟ ଲହର ଆସିବାକୁ ଆଉ ୬-୮ ମାସ ଲାଗିପାରେ । ମାତ୍ର ଏହି ସମୟ ମଧ୍ୟରେ ଟିକାକରଣ ବଢ଼ିଯାଇଥିବାରୁ ଅଧିକାଂଶ ବୟସ୍କ ଲୋକେ କରୋନା କବଳରେ ପଡ଼ିବେ ନାହିଁ । କରୋନା ସର୍ବଦା ତା‘ର ରୂପ ବଦଳାଉ ଥିବାରୁ ଯେତେବେଳେ ଟିକାକରଣ ବଢ଼ିଯିବ ଭାଇରସ ଲୋକଙ୍କ ସଂକ୍ରମଣ କରିବାର ନୂଆ ଉପାୟ ଖୋଜିବ ।

ତେଣୁ ଏହା କବଳରେ ଶିଶୁମାନେ ଆସିବାର ଅଧିକ ଆଶଙ୍କା ରହିଛି । ତେଣୁ ସଂକ୍ରମଣକୁ ରୋକିବାକୁ ହେଲେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ କରୋନା ସମ୍ପର୍କିତ ନିୟମ ପାଳନ କରିବାକୁ ପଡ଼ିବ ।

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ବିଶ୍ୱର ୨୨ ଟି ଦେଶରେ ଏବେ ୩ୟ ଲହର ପ୍ରଭାବ ପଡ଼ିସାରିଲାଣି । ଜର୍ମାନୀ, ଫ୍ରାନ୍ସ, ନେଦରଲାଣ୍ଡ,କାନଡା, ବ୍ରିଟେନ୍‌ ଓ ଜାପାନ ଭଳି ଦେଶରେ କରୋନାର ନୂଆ ଭାରିଏଣ୍ଟ ଯୋଗୁ ମହାମାରୀ ରୋଗର ୩ୟ ଲହର ଦେଖିବାକୁ ମିଳିଲାଣି । ସେହିପରି ଆମେରିକା, ବ୍ରାଜିଲ ଓ ତୁର୍କୀ ଭଳି ଦେଶରେ କରୋନାର ୩ୟ ଲହର ଭୟଙ୍କର ପ୍ରଭାବ ପକାଇଛି । ତେଣୁ ଏହିସବୁ କାରଣରୁ ୩ୟ ଲହର ଉପରେ ଗବେଷକମାନେ ଏଭଳି ମତ ଦେଇଛନ୍ତି ଯେ ଏହା ପିଲାଙ୍କ ଉପରେ ମାରାତ୍ମକ ହେବ ବୋଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.