ଆଜିଠୁ କୋରାପୁଟ୍‌ ସଟ୍‌ଡାଉନ୍‌, ଆକ୍ରାନ୍ତ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କୋରାପୁଟ୍‌: ଆଜିଠୁ କୋରାପୁଟ୍‌ ସଟ୍‌ଡାଉନ୍‌ । ଅଗଷ୍ଟ ୧ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କେରାପୁଟ ଜିଲ୍ଲା ସଟଡାଉନ ରହିବ । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନିଆଯାଇଛି । କୋରାପୁଟ, ଜୟପୁର, ଲମତାପୁଟ ଓ ଲକ୍ଷ୍ମୀପୁର ଅଞ୍ଚଳରେ କରୋନା ସଂକ୍ରମଣ ବଢିବାରେ ଲାଗିଛି ।

ଜରୁରୀ ଆବଶ୍ୟକତା ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଆକ୍ରାନ୍ତ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେ ସମସ୍ତ ଅଞ୍ଚଳକୁ ବିଶୋଧନ କରାଯାଇଛି । ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା କହିଛନ୍ତି ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.