ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ଉପରେ ସଂକ୍ରମଣ, ୨୩ ମୃତ

ନୂଆଦିଲ୍ଲୀ: ଦେଶରେ ୧୩ ହଜାର ଉପରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୩ ହଜାର ୨୧୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୩ଜଣଙ୍କ ଜୀବନ ନେଇଛି ଭାଇରସ୍ । ଦୈନିକ ସଂକ୍ରମଣ ହାର ରହିଛି ୨.୭୩ ପ୍ରତିଶତ ।
ଦେଶରେ ଆକ୍ଟିଭ୍ କେସ୍ ମଧ୍ୟ ବୃଦ୍ଧି ପାଇଛି । ଏବେ ଆକ୍ଟିଭ କେସ୍ ରହିଛି ୬୮ ହଜାର ୧୦୮ । ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୮ ହଜାର ୧୪୮ । ମହାରାଷ୍ଟ୍ର, କେରଳ, ଦିଲ୍ଲୀ, କର୍ଣ୍ଣାଟକ ଓ ହରିୟାଣାରୁ ଅଧିକ ସଂକ୍ରମିତ ହେଉଛନ୍ତି ।