କରୋନାରୁ ରକ୍ଷା ପାଇବାକୁ ଚାହୁଁଥିଲେ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଲବଙ୍ଗ ପାଣି,ଦେଖିବେ କମାଲ୍‌

ନୂଆଦିଲ୍ଲୀ : ଭାରତୀୟ ଭୋଜନରେ କେତେ ପ୍ରକାର ମସଲା ବ୍ୟବହାର କରାଯାଇଥାଏ । ସେଥି ମଧ୍ୟରୁ ଲବଙ୍ଗ ଏକ ଏପରି ମସଲା ଯାହା ସମସ୍ତଙ୍କ ଘରେ ରହିଥାଏ । ଏହାର ସ୍ୱାଦ ଭଲ ହେବା ସହ ଏହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଏଥିରେ ଭିଟାମିନ ସି, ଫାଇବର, ମେଙ୍ଗାନିଜ, ଏଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ରହିଥାଏ । ତେଣୁ ଥଣ୍ଡା ଦିନରେ ବା କୋଭିଡ ସମୟରେ ଲବଙ୍ଗ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଆସନ୍ତୁ ଜାଣିବା ଏହାର ଲାଭକାରୀ ଗୁଣ ସମ୍ପର୍କରେ ।

ଲବଙ୍ଗ ପାଣିର ଫାଇଦା

ଲବଙ୍ଗ ଆପଣଙ୍କୁ ମାନସିକ ଚାପରୁ ରକ୍ଷା କରିବା ସହ ଦେହରେ ଇନଫ୍ଲାମେଶନ କମ କରିଥାଏ । ଏଥି ସହିତ ସଂକ୍ରମଣକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ । ଏଥିରେ ଥିବା ଏଣ୍ଟି ବ୍ୟାକ୍ଟେରିଆଲ ଗୁଣ ଯାହା ସଂକ୍ରମଣକୁ ରୋକିବା ସହ ହାନିକାରକ ବ୍ୟାକ୍ଟେରିଆକୁ ମାରିଥାଏ । ଯଦି ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇଟି ଲବଙ୍ଗ ଖାଆନ୍ତି ତେବେ କରୋନା ବ୍ୟତୀତ ଅନ୍ୟ ରୋଗ ଠାରୁ ମଧ୍ୟ ଦୂରରେ ରହିବେ । କରୋନା ସମୟରେ କାଶ,ଥଣ୍ଡା ଓ ଜରରୁ ରକ୍ଷା ପାଇବା ପାଇଁ ଲବଙ୍ଗ ପାଣି ବହୁତ ସହାୟକ ହୋଇଥାଏ ।

କେମିତି ବନାଇବେ ଲବଙ୍ଗ ପାଣି

ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ ୨ ରୁ ୩ଟି ଲବଙ୍ଗ ପକାଇ ଭଲଭାବେ ଫୁଟାଇ ଦିଅନ୍ତୁ । ୫ ମିନିଟ ଫୁଟାଇବା ପରେ ଏହାକୁ ଥଣ୍ଡା କରନ୍ତୁ । ଅଳ୍ପ ଉଷୁମ ଥିବା ବେଳେ ଏହାକୁ ପିଅନ୍ତୁ । ରାତା ରାତି ଦେଖିବେ କମାଲ ।

Leave A Reply

Your email address will not be published.