କର କ୍ଲିନିକ୍‌ର ବିଦା ହୋଇଥିବା ଡାଏଲିସିସ୍‌ ରୋଗୀଙ୍କ ପାଇଁ ଏବେ ଜୀବନ ମରଣ ସମସ୍ୟା, କୌଣସି ହସପିଟାଲରେ ମିଳୁନି ଜାଗା

ଭୁବନେଶ୍ୱର (କେ ୍ୟୁଜ୍‌) : କରୋନା ପାଇଁ ଗୋଟିଏ ପରେ ଗୋଟିଏ ସମସ୍ୟା ସୃଷ୍ଟି ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ କରି କରୋନା ଭାଇରସ୍‌କୁ ରୋକିବାକୁ ଚେଷ୍ଟା କରିଛନ୍ତି । ହେଲେ ତା ଭିତରେ ଏମିତି କିଛି ସମସ୍ୟା ଉପୁଜୁଛି ଯେ ତାର ସମାଧାନ କରିବା ସହଜ ହେଉନାହିଁ । ଅବଶ୍ୟ ରାଜ୍ୟ ସରକାର ସମୟ କ୍ରମେ ପରିସ୍ଥିତିକୁ ହୃଦୟଙ୍ଗମ କରିବା ପରେ ଗୋଟିଏ ଗୋଟିଏ ପଦକ୍ଷେପ ନେଉଛନ୍ତି । ତଥାପି ସମସ୍ୟା ରହି ଯାଉଛି । ଯେମିତିକି ଏବେ ଭୁବନେଶ୍ୱରରେ ତୃତୀୟ କରୋନା ପଜେଟିଭ୍‌ ଚିହ୍ନଟ ହେବା ପରେ ସବୁଠି ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏହା ବାଦ୍‌ ଆଉ ଏକ ଅଭାବନୀୟ ପରିସ୍ଥିତି ଏବେ ସାମନାକୁ ଆସିଛି ।
ତୃତୀୟ ପଜେଟିଭ୍‌ ବ୍ୟକ୍ତ ଜଣକ ଭୁବନେଶ୍ୱର କର କ୍ଲିନିକ୍‌ରେ ଚିକିତ୍ସାଧୀନ ଥିଲେ । ତେଣୁ ଏହି କ୍ଲିନିକ୍‌କୁ ସିଲ୍‌ କରି ଦିଆଯାଇଛି । ଫଳରେ ଏଠାକାର ରୋଗୀ ସବୁ ବିଦା ହେବାକୁ ବାଧ୍ୟ ହେଲେ । ତେବେ ସୂଚନା ଅନୁସାରେ ତାଙ୍କ ଭିତରେ ୩୦ରୁ ଅଧିକ ଡାଏଲିସିସ୍‌ ରୋଗୀ ରହିଥିଲେ । ସେମାନେ କର କ୍ଲିନିକ୍‌ରୁ ବିଦା ହେବା ପରେ ତାଙ୍କୁ ଏବେ କୌଣସି ହସପିଟାଲରେ ପୂରାଇ ଦିଆଯାଉ ନାହିଁ । ଫଳରେ ଏହି ଡାଏଲିସିସ୍‌ ରୋଗୀମାନଙ୍କ ପାଇଁ ଜୀବନ ମରଣ ସମସ୍ୟା ଦେଖା ଦେଇଛି । ଏମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାନଯାଇ ଏଭଳି ଭାବେ କ୍ଲିନିକ୍‌ରୁ ତଡ଼ିଦେବା ଠିକ୍‌ ହୋଇନାହିଁ । ଆମେ ଆଶା କରୁଛୁ ରାଜ୍ୟ ସରକାର ଏ ସମ୍ପର୍କରେ ଅତି ଶୀଘ୍ର କିଛି ପଦକ୍ଷେପ ନେବେ ।
ସେହିପରି କର କ୍ଲିନିକ୍‌ରୁ ବାହାରିଥିବା ଆଉ କିଛି ରୋଗୀ ମଧ୍ୟ ବାହାରେ ବୁଲୁଥିବାର ଚର୍ଚ୍ଚା ହେଉଛି । ଯଦି ସେମାନଙ୍କ ଠାରୁ ସଂକ୍ରମଣ ହୁଏ ତେବେ ତ କଥା ସରିଲା । ଏ ଦିଗରେ ସରକାର ଯତ୍ନବାନ୍‌ ଅଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତିରେ ସେହି ରୋଗୀ ଏବଂ କ୍ଲିନିକ୍‌ର କର୍ମଚାରୀମାନେ ମଧ୍ୟ ସତର୍କ ହେବା ଦରକାର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.