ଆଜିଠୁ ଆରମ୍ଭ ହୋଇଛି ଲକ୍‌ଡାଉନ୍‌ ୩.୦, ତିନିଟି ଜୋନ୍‌ରେ ବିଭକ୍ତ ହୋଇଛି ସାରା ଦେଶ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଲକ୍‌ଡାଉନ୍‌ ୩.୦ । ଜିଲ୍ଲା ଗୁଡ଼ିକୁ ଗ୍ରୀନ୍‌, ରେଡ୍‌ ଓ ଅରେଞ୍ଜ୍‌ ଜୋନ୍‌ରେ ଭାଗ କରାଯାଇଛି ।

ତେବେ ତିନିଟି ଜୋନ୍‌ରେ କଣ ବନ୍ଦ ରହିବ ?

ଅନ୍ତର୍ଜାତୀୟ ଓ ଘରୋଇ ବିମାନ ସେବା, ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ, ଆନ୍ତଃରାଜ୍ୟ ବସ୍‌ ଚଳାଚଳ, ମେଟ୍ରୋ ରେଳ ସେବା । ସମସ୍ତ ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ କେନ୍ଦ୍ର ଓ କୋଚିଂ ସେଣ୍ଟର, ସିନେମା ହଲ୍‌, ସପିଂ ମଲ୍‌, ଜିମ୍‌ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଥିଏଟର୍‌ ବନ୍ଦ ରହିବ । ବାର୍‌, ଅଡିଟୋରିୟମ୍‌, ହୋଟେଲ, ରେଷ୍ଟୁରାଣ୍ଟ, ସାମାଜିକ, ରାଜନୈତିକ, କ୍ରୀଡ଼ା, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟ ଓ ସମାବେଶ ହେବ ନାହିଁ । ଧାର୍ମିକ ଅନୁଷ୍ଠାନକୁ ସର୍ବସାଧାରଣଙ୍କୁ ପ୍ରବେଶ ମନା । ରାତି ୭ରୁ ସକାଳ ୭ ଅଣ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଯାତାୟତ ବନ୍ଦ ରହିବ ।

red zone 1ରେଡ୍‌ ଜୋନ୍‌ରେ ଥିବା କଣ୍ଟେନ୍‌ମେଣ୍ଟ ଜୋନ୍‌ରେ କ’ଣ ବନ୍ଦ ରହିବ ?

ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡିକାଲ ସେବା ଛଡା ଅନ୍ୟ ପାଇଁ ଯାତାୟତ ବନ୍ଦ ରହିବ । ହସ୍ପିଟାଲ ଓପିଡି ଓ କ୍ଲିନିକ୍‌ ଖୋଲିବ ନାହିଁ । ରେଡ୍‌ ଜୋନ୍‌ରେ ରିକ୍ସା, ଅଟୋ ଚଳାଚଳ, ଟ୍ୟାକ୍ସି, କ୍ୟାବ୍‌ ଚଳାଚଳ, ସାଲୁନ୍‌, ସ୍ପା ବନ୍ଦ ରହିବ ।

ସେହିପରି ରେଡ୍‌ ଜୋନ୍‌ରେ କ’ଣ ହେବ କୋହଳ ?

ଅନୁମତିରେ ବାଇକ୍‌ ଓ ଚାରି ଚକିଆ ଯାନ ଚଳାଚଳ କରିବ । ଅନୁମତିରେ ସହରାଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ଶିଳ୍ପ ସଂସ୍ଥା ଓ ଅନୁମତିରେ ଗ୍ରାମାଞ୍ଚଳରେ ସବୁ ପ୍ରକାର ଶିଳ୍ପ ଓ ନିର୍ମାଣ କାର୍ଯ୍ୟ ଚାଲିବ । ଗ୍ରାମାଞ୍ଚଳରେ ସପିଂ ମଲ୍‌ ଛଡା ସବୁ ଦୋକାନ ଖୋଲିବ । କୃଷି, ପଶୁପାଳନ ଓ ବୃକ୍ଷ ରୋପଣ କାର୍ଯ୍ୟ ହୋଇପାରିବ । ସମସ୍ତ ପ୍ରକାର ସ୍ୱାସ୍ଥ୍ୟ, ବ୍ୟାଙ୍କ ସମେତ ଆର୍ଥିକ କ୍ଷେତ୍ର, କୋରିଅର ଓ ପୋଷ୍ଟାଲ ସର୍ଭିସ କାମ ଚାଲିବ ।

orangeଅରେଞ୍ଜ ଜୋନ୍‌ରେ ଜିଲ୍ଲା ଭିତରେ କିମ୍ବା ଜିଲ୍ଲା ବାହାରକୁ ବସ୍‌ ଚଳାଚଳ ମନା । ଅନୁମତି ନେଇ ଟ୍ୟାକ୍ସି କିମ୍ବା କ୍ୟାବ୍‌ ଚାଲିବ । ଡ୍ରାଇଭରଙ୍କ ସହ ୨ ଜଣ ଯାଇପାରିବେ । ଅନୁମତିରେ ବାହାର ଜିଲ୍ଲାକୁ ଯାତାୟାତ କରିହେବ । ୪ ଚକିଆ ଗାଡିରେ ଡ୍ରାଇଭର ସମେତ ୨ ଜଣ ଯାତ୍ରୀ ଯାଇପାରିବେ । ସେହିପରି ବାଇକ୍‌ରେ ଚାଳକ ସମେତ ଅନ୍ୟ ଜଣେ ଯିବାକୁ ଅନୁମତି ଅଛି । ସେହିପରି ଗ୍ରୀନ୍‌ ଜୋନ୍‌ରେ ୫୦ ପ୍ରତିଶତ ବସ୍‌ ଚଳାଚଳ କରିବ । ବସ୍‌ରେ ଯାତ୍ରୀ ପରିବହନ କ୍ଷମତା ୫୦% ହ୍ରାସ କରାଯିବ । ଆସନ୍ତା ମେ ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.