ଲକ୍‌ଡାଉନ୍ ୪.୦ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡ୍ ଲାଇନ୍‌

୧-କେନ୍ଦ୍ରର ଗାଇଡ୍ ଲାଇନ୍ ଅନୁସାରେ ଲକ୍‌ଡାଉନ୍ ୪.୦ରେ ରାଜ୍ୟ ସରକାର କରୋନା ସଂକ୍ରମଣ ସ୍ଥିତି ଅନୁସାରେ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ଘୋଷଣା କରିବାର ନିଷ୍ପତ୍ତି ନେବେ ।

lock down guide line

୨-ସମସ୍ତ ଶିକ୍ଷାନୁଷ୍ଠାନ, ମଲ୍‌, ସୁଇମିଂ ପୁଲ୍‌, ସିନେମା ହଲ୍‌ଏ ସାମାଜିକ କାର‌୍ୟ୍ୟ ବନ୍ଦ ରହିବ ।

୩-ଶବ ସଂସ୍କାର ବେଳେ ୨୦ରୁ ଅଧିକ ଲୋକ ଯିବେ ନାହିଁ ।

୪-ମେଟ୍ରୋ ରେଳ ସେବା ବନ୍ଦ ରହିବ ।

୫-ଧାର୍ମିକ ସ୍ଥଳକୁ ଜନସାଧାରଣଙ୍କ ଯିବାକୁ ପୂର୍ବ ପରି ବାରଣ କରାଯାଇଛି ।

 

୬-ବାହାଘରରେ ୫୦ରୁ ଅଧିକ ଲୋକ ଯାଇ ପାରିବେ ନାହିଁ ।

୭-ସର୍ବସାଧାରଣ ସ୍ଥାନରେ ପାନ ଓ ଗୁଟଖା ଭଳି ଦ୍ରବ୍ୟ ଖାଇ ପାରିବେ ନାହିଁ ।

୮-ରାଜ୍ୟର ସହମତିରେ ଅନ୍ତଃରାଜ୍ୟ ବସ୍ ସେବା ଚାଲି ପାରିବ ।

୯-ଅନ୍ତର୍ଜାତୀୟ ଓ ଘରୋଇ ବିମାନ ସେବା ବନ୍ଦ ରହିବ ।

୧୦-ସାମାଜିକ, ରାଜନୈତିକ, ସାଂସ୍କୃତିକ, କ୍ରୀଡ଼ା କାର‌୍ୟ୍ୟକ୍ରମ ବନ୍ଦ ରହିବ ।

୧୧-କଟକଣା ଭିତରେ ବସ୍ ସେବା ଆରମ୍ଭ ହୋଇ ପାରିବ ।

୧୨-ସନ୍ଧ୍ୟା ୭ରୁ ସକାଳ ୭ ପର‌୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ ।

୧୩- ଜୋନ୍ ସବୁ ୫ଟି ଭାଗରେ ବିଭକ୍ତ ହେଲା । ରେଡ୍‌, ଅରେଞ୍ଜ, ଗ୍ରୀନ୍‌, କଣ୍ଟେନ୍‌ମେଣ୍ଟ ଓ ବଫର ଜୋନ୍ ।

୧୪-୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବାହାରକୁ ବାହାରିବା ମନା ।

୧୫-ଜିମ୍ ଓ ପାର୍କ ଆଦି ମଧ୍ୟ ପୂର୍ବ ପରି ବନ୍ଦ ରହିବ ।

୧୬-ଗୁଜବ ପ୍ରଚାରକାରୀଙ୍କ ପାଇଁ କଡ଼ା ଆଇନ୍ ।

୧୭-ସରକାରୀ କର୍ମଚାରୀଙ୍କ କାମରେ ମାଧା ଦେଲେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ।

୧୮-ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ଶିଶୁ ଘରୁ ବାହାରିବା ମନା ।

୧୯-ସ୍ପୋର୍ଟସ୍ କଂପ୍ଲେକ୍ସ ଓ ଷ୍ଟାଡିୟମ୍ ଖୋଲା ରହିବ । କିନ୍ତୁ ଦର୍ଶକଙ୍କୁ ଯିବା ମନା ।
୨୦-ସମସ୍ତ କାର‌୍ୟ୍ୟାଳୟରେ କର୍ମଚାରୀମାନେ ନିଜ ଫୋନ୍‌ରେ ଆରୋଗ୍ୟ ସେତୁ ଆପ୍ ଡାଉନ୍‌ଲୋଡ୍ କରିବା ବାଧଧ୍ୟତାମୂଳକ ।

୨୧-କଣ୍ଟେନମେଣ୍ଟ ଜୋନ୍‌ରେ କେବଳ ଅତ୍ୟାବଶ୍ୟକ କାର‌୍ୟ୍ୟ ହୋଇ ପାରିବ । ଏଠାରେ କଣ୍ଟାକ୍ଟ ଟ୍ରେସିଂ କରାଯିବା ବାଧ୍ୟତାମୂଳକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.