ସାରା ରାଜ୍ଯରେ ଲାଗୁ ହେଲା ଲକ୍ ଡାଉନ୍, ଜାଣନ୍ତୁ କେଉଁ ସବୁ ନିୟମ ହୋଇଛି ଲାଗୁ

ଭୁବନେଶ୍ବର: ରାଜ୍ୟ ସରକାର କଲେ ବଡ଼ ଘୋଷଣା। ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ପ୍ରେସମିଟ୍‌। ଜାରି ହେଲା ମେ’ ମାସର ଗାଇଡଲାଇନ୍‌ । କୋଭିଡ଼ ପରିଚାଳନା ନେଇ ନେଇ ହେଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସାରା ରାଜ୍ଯରେ ଲାଗୁ ହେଲା ଲକ୍ ଡାଉନ୍।

ଆସନ୍ତୁ ଜାଣିବା କଣ ସବୁ ନିୟମ କରିବାକୁ ପଡିବ ପାଳନ:

 

-ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ।

-ଶୁକ୍ରବାର ସନ୍ଧ୍ଯା ୬ଟାରୁ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହେବ।

-ଲକଡାଉନ ବେଳେ ଲୋକେ କେବଳ ଚାଲି ଚାଲି ପରିବା ପାଇଁ ଯାଇ ପାରିବେ।

-ଘର ଠାରୁ ୫ ଶହ ମିଟର ଦୂର ଯାଏ ଚାଲି ଚାଲି ପରିବା ଆଣିହେବ।

-କେବଳ ସକାଳ ୬ଟାରୁ ଦିନ ୧୨ଟା ଯାଏ ପରିବାପତ୍ର କିଣି ପାରିବେ।

-ଦୋକାନ ଭିତରେ ଦୂରତା ରହିବ ୩୦ ଫୁଟ୍।

– ସ୍ୱାସ୍ଥ୍ୟ ସେବା ଓ ଅନ୍ୟ ଜରୁରୀ ସେବା ପାଇଁ କଟକଣା ଲାଗୁ ହେବ ନାହିଁ।

– ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟର ବନ୍ଦ ରହିବ।

-ପ୍ରଦର୍ଶନୀ, ମେଳା ଓ ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ।

-ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ ଓ ଜିମ୍ ବନ୍ଦ ରହିବ।

-ଯାତ୍ରା, ଅପେରା ଓ ଖୋଲାମଞ୍ଚ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ।

-ସେଲୁନ, ପାର୍ଲର ଓ ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ।

-ସାମାଜିକ, ଧାର୍ମିକ, କ୍ରୀଡ଼ା ଓ ରାଜନୈତିକ ସମାବେଶ ବନ୍ଦ ରହିବ।

-ବିବାହ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ହେବ।

-ବିବାହରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହି ପାରିବେ।

-ସେହିଭଳି ଶୁଦ୍ଧି କାର୍ଯ୍ୟରେ କେବଳ ୨୦ ଜଣଙ୍କୁ ଅନୁମତି ମିଳିବ।

-ଲକଡାଉନ ବେଳେ ଜରୁରୀ ସେବା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି।

-ହସ୍ପିଟାଲ, ନର୍ସିଂହୋମ ଓ ଔଷଧ ଦୋକାନ ଖୋଲା ରହିବ।

-କୋଭିଡ୍ ଟିକାକରଣ ଜାରି ରହିବ।

– ରେଜିଷ୍ଟ୍ରେସନ ଚିଠା ଦେଖାଇ ଯାଇ ପାରିବେ ଟିକାକରଣ ପାଇଁ

-ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ।

-ପୋଷ୍ଟ ଅଫିସ୍ ଓ ଟେଲିକମ୍ ସେବା ଜାରି ରହିବ।

-ସପ୍ତାହିକ ଓ ଦୈନିକ ହାଟ ଚାଲିବ ନାହିଁ।

-ରାସ୍ତା କଡରେ ଥିବା ସିଙ୍ଗିଲ୍ ଦୋକାନ ଖୋଲା ରହିବ।

-ଗ୍ଯାରେଜ୍, ଇଲେକ୍ଟ୍ରି ମରାମତି, ମୋବାଇଲ୍ ଓ କମ୍ପ୍ଯୁଟର ମରାମତି ଦୋକାନ ଖୋଲା ରହିବ।

-ବହି ଦୋକାନ ଖୋଲା ରହିବ।

-ରାସନ୍, ଗ୍ରସରୀ ଓ ଫଳ ଦୋକାନ ରହିବ।

– ଇନ୍ସୁରାନ୍ସ କମ୍ପାନୀ, ବ୍ଯାଙ୍କ ଓ ଏଟିଏମ୍ ଖୋଲା ରହିବ।

– ଅଳ୍ପ କର୍ମଚାରୀଙ୍କୁ ନେଇ ଚାଲୁ ରହିବ ସଂସ୍ଥା ।

-ପେଟ୍ରୋଲ ପମ୍ପ ଓ ଗ୍ଯାସ୍ ଯୋଗାଣ ଜାରି ରହିବ।

-ଅନ୍ ଲାଇନ୍ ଖାଦ୍ଯ ଯୋଗାଣ ସେବା ଜାରି ରହିବ।

-ହୋଟେଲ୍ ଓ ରେଷ୍ଟୁରାଣ୍ଟରେ ଜାରି ରହିବ ହୋମ୍ ଡେଲିଭରୀ।

-ଯାତାୟାତ ପାଇଁ ଓଲା,ଉବେରକୁ ଅନୁମତି।

-ଅଙ୍ଗନଓ୍ୱାଡି, ଏସଏଚଜି ଗ୍ରୁପକୁ ନିଜ କାମ ପାଇଁ ଅନୁମତି।

-କୋଭିଡ୍ କଟକଣା ଭିତରେ ନିର୍ବାଚନ କାର୍ଯ୍ଯକୁ ଅନୁମତି।

-ପିପିଲି ନିର୍ବାଚନ ପାଇଁ ଲାଗୁ ହେବନି ଲକ୍ ଡାଉନ୍ କମ୍ବା ସଟ୍ ଡାଉନ୍ ।

-ପଶୁ ଖାଦ୍ଯ,ବିହନ, ସାର ଓ କୀଟନାସକ ଔଷଧ ଦୋକାନ ଖୋଲା ରହିବ।

-୬୫ ବର୍ଷରୁ ଅଧିକ ବ୍ଯକ୍ତି, ଗର୍ଭବତୀ ଓ ଛୋଟ ଶିଶୁଙ୍କୁ ବାହାରକୁ ଯିବା ମନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.