ମହାରାଷ୍ଟ୍ରରେ ଜୁନ୍‌ ୧ ତାରିଖ ଯାଏ ଲକଡାଉନ୍‌ କଟକଣାକୁ ବୃଦ୍ଧି କଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ): ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ଉପମୁହାଁ । ସଂକ୍ରମଣ ବଢୁଥିବାରୁ ବଢୁଛି କଟକଣା । ମହାରାଷ୍ଟ୍ରରେ ଜୁନ୍‌ ୧ ତାରିଖ ଯାଏ ଲକଡାଉନ୍‌ ଭଳି କଟକଣାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କଟକଣା ଜୁନ୍‌ ୧ ତାରିଖ ସକାଳ ୭ଟା ଯାଏ ବଳବତ୍ତର ରହିବ । ସେହିପରି ବାହାର ରାଜ୍ୟରୁ ମହାରାଷ୍ଟ୍ରକୁ ଆସିଲେRT-PCR ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ୪୮ ଘଣ୍ଟା ଭିତରେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଥିଲେ ମହାରାଷ୍ଟ୍ରକୁ ମିଳିବ ପ୍ରବେଶ ଅନୁମତି ।

ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ ବଢ଼ାଇ ପାରିବେ ସ୍ଥାନୀୟ ପ୍ରଶାସନ । ସେହିପରି ବିହାରରେ ବି ଲକଡାଉନ୍‌ ସମୟସୀମାକୁ ବଢ଼ାଇଛନ୍ତି ସରକାର । ଆସନ୍ତା ୧୦ ଦିନ ପାଇଁ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ୧୫ ତାରିଖରେ ସରୁଥିଲା ତାଲାବନ୍ଦ ଅବଧି । ଏହାକୁ ଆସନ୍ତା ୨୫ ତାରିଖ ଯାଏ ବୃଦ୍ଧି କରାଯାଇଛି । ଲକଡାଉନ୍‌ ଯୋଗୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.