ରାଜ୍ୟରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍ ଜାରି, ଜାଣନ୍ତୁ କେଉଁ ସବୁ ନିୟମ ହେଲା କୋହଳ

ଭୁବନେଶ୍ବର(କେନ୍ଯୁଜ୍) : ରାଜ୍ୟ ପାଇଁ ନୂଆ ଗାଇଡଲାଇନ୍ ଘୋଷଣା କଲେ ମୁଖ୍ୟ ସଚିବ। ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍ ନେଇ ସରକାରଙ୍କ ନିଷ୍ପତ୍ତି । ପରିସ୍ଥିତି ଏଯାଏଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ତେଣୁ ଆଂଶିକ ଲକଡାଉନର ଅବଧିକୁ ବଢାଇଲେ ରାଜ୍ଯ ସରକାର।

ଜାଣନ୍ତୁ କେଉଁ ନିୟମ ହେଲା କୋହଳ ଆଉ କେଉଁ ନିୟମ ହେଲା ଲାଗୁ:

– କାଟେଗୋରୀ ଏରେ ୨୦ ଓ ବି ରେ ୧୦ ଜିଲ୍ଲା ପୂର୍ବ ପରି ରହିବ।

-କାଟେଗୋରୀ ଏ ରେ ରାତି ୮ଟା ଯାଏଁ ଖୋଲିବ ଦୋକାନ।

-କାଟେଗୋରୀ ବିରେ ସଂଧ୍ୟା ୫ଟା ଯାଏ ଖୋଲିବ ଦୋକାନ।

-କ୍ୟାଟେଗୋରୀ ‘ବି’ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ପୂର୍ବ ପରି ଜାରି ରହିବ ।

-ସମଗ୍ର ରାଜ୍ଯରେ ଜିମ୍, ପାର୍ଲର, ସ୍ପା ଖୋଲିବାକୁ ଅନୁମତି ।

-ସମଗ୍ର ରାଜ୍ଯରେ ବସ୍ ସେବାକୁ ଅନୁମତି।

-କେବଳ ସିଟ୍‌ ଅନୁସାରେ ଲୋକ ବସିବେ।

–  ରଥଯାତ୍ରା ପାଇଁ ଜୁଲାଇ ୨୫ ଯାଏ କେବଳ ପୁରୀକୁ ବସ୍ ସେବା ବନ୍ଦ ।

-ଅଟୋ ଏବଂ ଟ୍ୟାକ୍ସିରେ ଦୁଇ ଜଣରୁ ଅଧିକ ବ୍ୟକ୍ତି ଯାଇ ପାରିବେ ନାହିଁ ।

-ବିନା ଦର୍ଶକରେ ଆଉଟ୍‌ଡୋର ଖେଳକୁ ଅନୁମତି।

-ପୂର୍ବ ଭଳି ହୋଟେଲ ଓ ରେଷ୍ଟୁରାଣ୍ଟରେ କେବଳ ପାର୍ସଲ ପାଇଁ ଅନୁମତି।

Leave A Reply

Your email address will not be published.