କରୋନା ଆକ୍ରାନ୍ତ ପରେ ବଢିଲା କନିକା କପୁରଙ୍କ ଅଡୁଆ,ଗାୟିକାଙ୍କ ବିରୋଧରେ ମାମଲା ରୁଜୁ କଲା ଲକ୍ଷ୍ନୋ ପୋଲିସ୍

ଲକ୍ଷ୍ନୋ :କନିକାଙ୍କ ବିରୋଧରେ ଲକ୍ଷ୍ନୋର ସରୋଜିନୀ ନଗର ଥାନାରେ ମାମଲା ରୁଜୁ ହୋଇଛି । କନିକା ଲଣ୍ଡନରୁ ଫେରିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରିନଥିଲେ । ଲକ୍ଷ୍ନୋରେ ଅନେକ ଲୋକଙ୍କ ସହ ମିଶିଥିଲେ । ଲଣ୍ଡନରୁ ଫେରିବା ପରେ କନିକା କପୁର ଦେଇଥିବା ପାର୍ଟିରେ ଯୋଗଦେଇଥିଲେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ତାଙ୍କ ପୁଅ ତଥା ସାଂସଦ ଦୁଶ୍ୟନ୍ତ ସିଂହ । ଏବେ ଦୁଇ ଜଣ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ବସୁନ୍ଧରା ରାଜେ କ୍ୱରାଣ୍ଟାଇନ୍‌ରେ ରହିବା ପରେ ଟିଏମସି ସାଂସଦ ଡିରେକ୍‌ ଓବରାୟନ ଓ ଅପ୍‌ନା ଦଲ୍‌ ସାଂସଦ ଅନୁପ୍ରିୟା ପଟେଲ ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି । ସେହିପରି ସାଂସଦ ଦୁଶ୍ୟନ୍ତ ସିଂହ ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାକୁ ରାଷ୍ଟ୍ରପତି ଭବନ ଯାଇଥିଲେ । ସେ ରାଜସ୍ଥାନ ଓ ଉତ୍ତରପ୍ରଦେଶର ବିଜେପି ସାଂସଦଙ୍କ ଏକ ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇଥିଲେ ।

kanika kapoor

ରାଷ୍ଟ୍ରପତିଙ୍କ ସହ ଉଠାଯାଇଥିବା ଏକ ଗ୍ରୁପ୍‌ ଫଟୋରେ ରାମନାଥ କୋବିନ୍ଦଙ୍କ ଠିକ୍‌ ପଛରେ ଛିଡା ହୋଇଥିଲେ ସାଂସଦ ଦୁଶ୍ୟନ୍ତ ସିଂହ । ଏହା ଜଣାପଡ଼ିବା ପରେ ରାଷ୍ଟ୍ରପତି ତାଙ୍କର ସମସ୍ତ ସାକ୍ଷାତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି । ସେହିପରି ସାଂସଦ ଦୁଶ୍ୟନ୍ତ ସିଂହ କନିକା କପୁରଙ୍କ ପାର୍ଟିରେ ଯୋଗଦେବା ପରେ ସଂସଦ ଅଧିବେଶନରେ ମଧ୍ୟ ସାମିଲ ହୋଇଥିଲେ । ସଂସଦ ଭବନରେ ସେ ପାଖାପାଖି ଅଢେଇ ଘଣ୍ଟା ବସିଥିଲେ । ତେଣୁ ସଂସଦ ଅଧିବେଶନକୁ ଘୁଞ୍ଚାଇ ଦେବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.