ଚୀନରେ ପୁଣି ଖୋଲିଲା ମାଛ ମାର୍କେଟ, ବାଦୁଡ଼ି ସହିତ ବିକ୍ରି ହେଉଛନ୍ତି ଏହିସବୁ ଜୀବଜନ୍ତୁ

ସାରା ବିଶ୍ଵ ଏବେ ମହାମାରୀ କରୋନା ସହ ସଂଘର୍ଷ କରୁଥିବା ବେଳେ ଏହାର ବିଜୟ ଉତ୍ସବ ପାଳନ କରୁଛି କରୋନାର ଜନ୍ମସ୍ଥଳ ଚୀନ । ଏହି ଉପଲକ୍ଷେ ଦେଶର ବିଭିନ୍ନ ଭାଗରେ ପୁଣି ଥରେ ଅବାଧ ମାଂସ ବିକ୍ରି ଆରମ୍ଭ ହୋଇଛି । ପୁଣିଥରେ କୁକୁର, ବିଲେଇ, ଠେକୁଆ, ସାପ, ବିଛା ଏବଂ ବାଦୁଡି ଆଦି ପଶୁପକ୍ଷୀମାନଙ୍କୁ ଯନ୍ତା ଭିତରେ ରଖି ମାଂସ ଦୋକାନଗୁଡିକରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି ।

ଭୟଙ୍କର କରୋନା ଭାଇରସ କବଳରୁ ବଂଚିବା ପାଇଁ ସାରା ଦୁନିଆ ଏବେ ଚିନ୍ତାରେ ପଡିଥିବା ବେଳେ ଏହାକୁ ଜନ୍ମ ଦେଇଥିବା ଚୀନ ଏବେ ଶାନ୍ତିରେ ନିଶ୍ୱାସ ମାରୁଛି । ସୂଚନା ଅନୁଯାୟୀ ଚୀନରେ ବର୍ତ୍ତମାନ ପୁଣିଥରେ ଖୋଲିଛି ମାଛ ମାର୍କେଟ ଯେଉଁଠି ଅବାଧରେ ବିକ୍ରି କରାଯାଉଛି ବିଭିନ୍ନ ପ୍ରକାର ପଶୁପକ୍ଷୀଙ୍କ ମାଂସ । ତେବେ ବାଦୁଡି ଦେହରୁ କୌଣସି ଜୀବ ଦେହକୁ କରୋନା ଭାଇରସ ଆସିଥିବାର ସନ୍ଦେହ କରାଯାଉଥିବା ବେଳେ ସେଇ ଜୀବର ମାଂସ ଖାଇଲା ପରେ ଭୂତାଣୁ ମଣିଷ ଦେହକୁ ଡେଇଁଥିବାର ଅନୁମାନ କରାଯାଉଛି । ଏହି ଭାଇରସ ଯୋଗୁ ଚୀନ୍‌ରେ ୩ ହଜାରରୁ ଉଜାର ବ୍ୟକ୍ତି ପ୍ରାଣ ହରାଇଥିଲାବେଳେ ୮୦ ହଜାରରୁ ଅଧିକ ସଂକ୍ରମିତ ହୋଇଥିଲେ । ଏହି ଭାଇରସ ଏବେ ବିଶ୍ୱର ପ୍ରାୟ ୨୦୦ଟି ଦେଶକୁ ବ୍ୟାପିଯାଇଛି ।

The coronavirus outbreak likely started in a Wuhan wet market ...

ଏହି ଭାଇରସ ଏତେ ମାରାତ୍ମକ ପରିସ୍ଥିତି ସୃଷ୍ଟି କରିଥିଲେ ବି ଚୀନ୍‌ର ଲୋକମାନେ ଜୀବଜନ୍ତୁଙ୍କ ମାଂସ ଖାଇବା ବନ୍ଦ କରୁନାହାନ୍ତି । ଏମିତିକି ଯେଉଁ ବାଦୁଡି ଦେହରୁ କରୋନା ବ୍ୟାପିଥିବାର ସନ୍ଦେହ କରାଯାଉଛି, ସେଇ ବାଦୁଡି ମାଂସକୁ ବି ପୁଣି ଥରେ ବିକ୍ରି କରାଯାଉଛି । ଚୀନ୍‌ ସରକାର ନିକଟରେ ଘୋଷଣା କରିଥିଲେ ଯେ ଦେଶରେ ବନ୍ୟ ଜୀବଜନ୍ତୁଙ୍କ ଉତ୍ପାଦନ, ବିକ୍ରି ଏବଂ ମାଂସ ଭକ୍ଷଣ ଉପରେ ରୋକ ଲଗାଯାଉ କିନ୍ତୁ ଲୋକଙ୍କ ଉପରେ ଏହାର କିଛି ପ୍ରଭାବ ପଡିଥିବା ଦେଖିବାକୁ ମିଳୁନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.