କେନ୍ଦ୍ରମନ୍ତ୍ରୀ ବି.ମୂରଲୀଧରନଙ୍କୁ କରୋନା ହେବା ନେଇ ଆଶଙ୍କା, ନିଜକୁ ଘରେ କଲେ ବନ୍ଦ

ସଂସଦୀୟ କାର୍ଯ୍ୟ ରାଜ୍ୟମନ୍ତ୍ରୀ ବି.ମୂରଲୀଧରନ କରୋନା ଭାଇରସ୍‌ରେ ସଂକ୍ରମିତ ହେବା ଆଶଙ୍କା କରି ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ କରୋନା ହୋଇଥିବା ନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ କରୋନାର ଭୟବହତାକୁ ଦେଖି ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ମୁରଲୀଧରନ ଏବେ ଦିଲ୍ଲୀସ୍ଥିତ ନିଜ ବାସଭବନରେ ଅଛନ୍ତି।

V Muraleedharan

ରିପୋର୍ଟ ମୁତାବକ ମାର୍ଚ୍ଚ ୧୪ ତାରିଖରେ ମୂରଲୀଧରନ କେରଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ଏହା ପୂର୍ବରୁ ସେ କରୋନା ସଂକ୍ରମିତ ଜଣେ ଡାକ୍ତରଙ୍କୁ ୩ ଥର ସାକ୍ଷାତ କରିଥିଲେ। ମାର୍ଚ୍ଚ ୧୩ରେ ସମ୍ପୃକ୍ତ ଡାକ୍ତରଙ୍କୁ କରୋନା ହୋଇଥିବା ନେଇ ସ୍ପଷ୍ଟ ହୋଇଥିଲା। କେରଳ କନ୍‌ଫରେନ୍ସିଂରେ ଉପସ୍ଥିତ ସମସ୍ତ ଡାକ୍ତରଙ୍କ ଉପରେ ନଜର ରଖାଯାଇଛି।

corona

ସୂଚନାଯୋଗ୍ୟ ଯେ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୨୫ଟି କରୋନା ମାମଲା ସାମ୍ନାକୁ ଆସିଛି। ଏହି ଭାଇରସ୍‌ ଯୋଗୁ କର୍ଣ୍ଣାଟକ, ମୁମ୍ବାଇ ଓ ଦିଲ୍ଲୀରେ ୩ ଜଣଙ୍କ ଜୀବନ ମଧ୍ୟ ଯାଇସାରିଲାଣି। ଏଣୁ ଏହାକୁ ଗମ୍ଭୀରତାର ସହ ନେବାକୁ ସରକାର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.