ଓମିକ୍ରନ ପରେ ଏବେ ପୁଣି ଡରାଇଲାଣି ନୂଆ ଭାରିଏଣ୍ଟ BA.2, ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରେ ଦ୍ରୁତ ବେଗରେ ମାଡ଼ୁଛି

ନୂଆଦିଲ୍ଲୀ : ମୁମ୍ବାଇ ଓ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଟିକିଏ କମିଥିଲେ ହେଁ ଏବେ ପୁଣି କେତେକ ରାଜ୍ୟରେ ଡରାଇଲାଣି ଓମିକ୍ରନର ନୂଆ BA.2 ଭାରିଏଣ୍ଟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ସମ୍ପର୍କରେ ଆଜି କହିଛି ଯେ ଦେଶରେ ଏବେ ୨୨,୦୨,୪୭୨ ସକ୍ରିୟ ମାମଲା ରହିଛି । ଗତ ସପ୍ତାହରେ ପଜିଟିଭ ହାର ୧୭.୭୫ ପ୍ରତିଶତ ରହିଥିଲା । ଏବେ କୋଭିଡ ର ନୂଆ ଭାରିଏଣ୍ଟ ବା ଓମିକ୍ରନର ସବ ଭାରିଏଣ୍ଟ BA.2 ଅଧିକ ବେଗରେ ବଢ଼ି ଚାଲିଛି ।

ଏବେ ଦେଶରେ ଏହି ନୂଆ ଭାରିଏଣ୍ଟର ସକ୍ରିୟ ମାମଲା ୫୦ ହଜାରରୁ ଅଧିକ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ କହିଛନ୍ତି । ଆନ୍ଧ୍ର ପ୍ରଦେଶ, ଗୁଜୁରାଟ ଓ ତାମିଲନାଡୁରେ ଏବେ ବି ଲକ୍ଷେରୁ ଦୁଇ ଲକ୍ଷ ସକ୍ରିୟ ମାମଲା ରହିଛି । ଦେଶର ୫୫୧ ଜିଲ୍ଲାରେ ପଜିଟିଭ ମାମଲା ୫ ପ୍ରତିଶତରୁ ଅଧିକ ରହିଛି । ଗତ ସପ୍ତାହରେ ଦେଶରେ ପ୍ରତିଦିନ ପ୍ରାୟ ୩ ଲକ୍ଷ ମାମଲା ରେକର୍ଡ କରାଯାଇଛି ।

ଦେଶରେ ଏବେ ବି ସଂକ୍ରମଣ ବହୁତ ରହିଛି ।ଏବେ କର୍ଣ୍ଣାଟକ, କେରଳ ଓ ମହାରାଷ୍ଟ୍ରରେ ଓମିକ୍ରନର ସବ୍‌ ଭାରିଏଣ୍ଟ BA.2 ଦ୍ରୁତ ବେଗରେ ମାଡ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ ରହିବାକୁ ଚେତାବନୀ ଦେଇଛି ।

Leave A Reply

Your email address will not be published.