ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ସଂକ୍ରମଣ, ନାଗପୁର ଜିଲ୍ଲାରେ ମାର୍ଚ୍ଚ ୧୫ରୁ ୭ ଦିନିଆ ଲକ୍‌ଡାଉନ୍‌ ଲାଗୁ

ନାଗପୁର: ନାଗପୁରକୁ ଫେରିଲା ଲକ୍‌ଡାଉନ୍‌ । ନାଗପୁର ଜିଲ୍ଲାକୁ ୭ ଦିନିଆ ଲକ୍‌ଡାଉନ୍‌ ଲାଗୁ କରାଯାଇଛି । ନାଗପୁରରେ ମାର୍ଚ୍ଚ ୧୫ରୁ ୨୧ ଯାଏ ଲକ୍‌ଡାଉନ ଘୋଷଣା ହୋଇଛି । ଜିଲ୍ଲାରେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଆଦି ସଂପୂର୍ଣ୍ଣ ବନ୍ଦ ରହିବ । ବିବାହ, ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବାରଣ କରିଛନ୍ତି ଉଦ୍ଧବ ଠାକ୍‌ରେ ସରକାର । ତେବେ ଅତ୍ୟାବଶ୍ୟକ ସେବା ଜାରି ରହିବ ।

ମହାରାଷ୍ଟ୍ରରେ କରୋନା ସଂକ୍ରମଣର ଦ୍ରୁତ ଗତି କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇଛି । ମହାରାଷ୍ଟ୍ର ସମେତ ୬ଟି ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତକାଲି ଦୁଇମାସ ମଧ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗୋଟିଏ ଦିନରେ ଦେଶରୁ ଚିହ୍ନଟ ହୋଇଥିଲେ ୨୨ ହଜାର ୮୫୪ ନୂଆ ଆକ୍ରାନ୍ତ । ମହାରାଷ୍ଟ୍ରରେ ଗତକାଲି ଗୋଟିଏ ଦିନରେ ଚିହ୍ନଟ ହୋଇଥିଲେ ୧୩ ହଜାରରୁ ଅଧିକ ଆକ୍ରାନ୍ତ । ନାଗପୁରରେ ୨୪ ଘଣ୍ଟାରେ ୧୮ଶହ ନୂଆ ମାମଲା ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.