ବିନା ଛୁଞ୍ଚିରେ ଶିଶୁଙ୍କୁ ଟିକା: ଟିକାକରଣ ପାଇଁ ଭର୍ଚୁଆଲ୍‌ ମାଧ୍ୟମରେ ଟ୍ରେନିଂ ଦେବେ କେନ୍ଦ୍ର ସରକାର

କେନ୍ଯୁଜ୍: ବିନା ଛୁଞ୍ଚିରେ ଟିକା ନେବେ ଶିଶୁ। ଦୁଇଟି ଟିକା ଶିଶୁମାନେ ନେବା ପାଇଁ ପରାମର୍ଶ ଅଛି। ୧୨ରୁ ୧୮ ବର୍ଷ ଶିଶୁଙ୍କ ପାଇଁ ଯାଇପର ଡି ଯାହାକୁ DCGI ଅନୁମତି ଦେଇଛନ୍ତି। କୋଭାକ୍ସିନ୍‌ ଯାହାକୁ ଏକଜାମିନ୍‌ କରି ଡିସିଜିଆଇ ଅନୁମତି ଦେବେ। ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଧ୍ୟାରେ ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ତାଲିମ୍‌ ଦିଆଯିବ।

ରାଜ୍ୟରେ ୨ରୁ ୧୮ ବର୍ଷ ବୟସ ଭିତରେ ୧ କୋଟି ୪୦ ଲକ୍ଷ ପିଲାଙ୍କୁ ଟିକା ଦିଆଯିବ। ଯଦି ଏକା ସଙ୍ଗେ ପିଲାଙ୍କୁ ଟିକା ଦେବା ଆରମ୍ଭ କରାଯିବ , ତେବେ ଆମକୁ ଟିକାକରଣ କେନ୍ଦ୍ର ବଢେଇବାକୁ ପଡିବ। ଯେଉଁ ମୂହୁର୍ତ୍ତରେ ନିର୍ଦ୍ଦେଶ ଆସିବ ସାଙ୍ଗେ ସାଙ୍ଗେ ଆମେ କାର୍ଯ୍ୟକ୍ରମ ଆରମ୍ଭ କରିବୁ। ପିଲାମାନେ ଇଞ୍ଜେକସନ୍‌କୁ ଡରୁଥିବାରୁ ସେମାନଙ୍କୁ ଫାର୍ମା ଡେପ୍‌ଥ ଟେକ୍ନୋଲୋଜି ମାଧ୍ୟମରେ ଟିକା ଦିଆଯିବ। ସେଥିପାଇଁ ସ୍ୱତନ୍ତ୍ର SOP ଆସିବ।

ସେହି ଅନୁସାରେ ଆମେ ଟିକାକରଣ କରାଇବୁ। ବର୍ତ୍ତମାନ ସୁଦ୍ଧା ୩ କୋଟି ୫୦ ଲକ୍ଷ ଡୋଜ୍‌ ଟିକା ଦିଆସାରିଲାଣି। ୨ କୋଟି ୪୭ ଲକ୍ଷ ପ୍ରଥମ ଡୋଜ୍‌ ଟିକା ୭୮ ପ୍ରତିଶତ ଓ ୧ କୋଟି ୩ ଲକ୍ଷ ଦ୍ୱିତୀୟ ଡୋଜ୍‌ ୩୩ ପ୍ରତିଶତ ଦିଆସରିଛି। ଆଜି ୧୮୩୦ଟି ଟିକାକରଣ କେନ୍ଦ୍ରରେ ଟିକାକରଣ କରାଯାଉଛି। ବର୍ତ୍ତମାନ ରାଜ୍ୟରେ ୨୪ ଲକ୍ଷ ଟିକା ମହଜୁଦ୍‌ ଅଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.