ନୂଆବର୍ଷ ପାଇଁ ଆସିବ ନୂଆ କରୋନା ଗାଇଡଲାଇନ୍, ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରିବେ ଘୋଷଣା

ନୂଆଦିଲ୍ଲୀ: ନୂଆବର୍ଷ ପାଇଁ ଆସିବ ନୂଆ କରୋନା ଗାଇଡଲାଇନ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘୋଷଣା କରିବେ ନୂଆ ଗାଇଡଲାଇନ । ଆଗାମୀ ପର୍ବପର୍ବାଣୀ ପାଇଁ ଆସିବ ଗାଇଡ୍‌ଲାଇନ୍‌।

ବିଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଦେଶରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ମଙ୍ଗଳବାର ସାରା ଦେଶରେ ମକଡ୍ରିଲ । କୋଭିଡ଼ ମୁକାବିଲା ପ୍ରସ୍ତୁତି ନେଇ ହେବ ମକଡ୍ରିଲ। ଦେଶରେ ସବୁ ହସ୍ପିଟାଲରେ ମକଡ୍ରିଲ ପାଇଁ ନିର୍ଦ୍ଦେଶ । କରୋନା ମୁକାବିଲା ନେଇ କ’ଣ ସବୁ ପ୍ରସ୍ତୁତି ହେବ ତା’ର ମକଡ୍ରିଲ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ସରକାରୀ ହସ୍ପିଟାଲ ଯାଇ ମକଡ୍ରିଲ କରିବେ।

ଚୀନରେ କରୋନାର ଭୟଙ୍କର ରୂପ

ଏପଟେ ଚୀନରେ କରୋନାର ଭୟଙ୍କର ରୂପ । ବିଶ୍ୱର ସବୁଠୁ ଭୟାନକ କୋଭିଡ ଲହରର ସାମନା କରୁଛି ଚାଇନା। ଦୈନିକ ୧ ମିଲିଅନ୍‌ ଅର୍ଥାତ୍‌ ୧୦ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ୫ ହଜାର ଜୀବନ ନେଉଛି ମହାମାରୀ । ଚୀନରେ ବିଭିନ୍ନ ହସ୍‌ପିଟାଲରେ ରୋଗୀଙ୍କ ପାଇଁ ଜାଗା ମିଳୁନାହିଁ। ଆବଶ୍ୟକୀୟ ଔଷଧର ଅଭାବ ଦେଖାଦେଇଛି। ଡାକ୍ତର କରୋନା ସଂକ୍ରମିତ ହେଲେ ମଧ୍ୟ ସେମାନଙ୍କୁ କାମରେ ଯୋଗଦେବାକୁ ବାଧ୍ୟ କରାଯାଉଛି। ଶ୍ମଶାନରେ ଲୋକଙ୍କ ମୃତଦେହ ସତ୍କାର ପାଇଁ ଦିନ ଦିନ ଅପେକ୍ଷା କରୁଛନ୍ତି ଲୋକେ। ଚାରିଆଡେ ହାହାକାର ପରିସ୍ଥିତି।

ଚୀନର ସାଘାଂଇ ସହରରେ କରୋନା ଅଣାୟତ୍ତ ହୋଇଛି । ସରକାରୀ କର୍ମଚାରୀ , ବ୍ୟବସାୟୀ କରୋନାରେ ସଂକ୍ରମିତ ହେଉଛନ୍ତି। ବେଜିଂରେ ପ୍ରାୟ ୪୦ ପ୍ରତିଶତ ଲୋକ କରୋନା ସଂକ୍ରମିତ। ଦେଶରେ କେତେ ସଂକ୍ରମିତ ହେଉଛନ୍ତି, କେତେ ମରୁଛନ୍ତି ଠିକ୍‌ ଭାବରେ ତଥ୍ୟ ଦେଉନି ଚୀନ୍‌ । ଯାହାର ଦଶା ଭୋଗୁଛି ସାରା ବିଶ୍ୱ । ଚୀନ୍‌ରେ ଏବେ ପ୍ରଥମ ଲହର ଚାଲିଛି । ଜାନୁଆରୀ ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିବ ପ୍ରଥମ ଲହର।

ପ୍ରଥମ ଲହର ଶେଷ ହେବାର ଠିକ୍‌ ପରେପରେ ଦ୍ୱିତୀୟ ଲହର ଆସିବ। ସେତେବେଳେ ଦିନକୁ ୩୦ ଲକ୍ଷ ଲୋକ ସଂକ୍ରମିତ ହେବେ। ଫେବ୍ରୁଆରୀ ଶେଷ ଆଡ଼କୁ ଆରମ୍ଭ ହେବ ତୃତୀୟ ଲହର। ମାର୍ଚ୍ଚ ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିବ । ସେତେବେଳେ ସଂକ୍ରମଣ ଆଉ ମୃତ୍ୟୁର ସୁନାମୀ ଆଣିବ କରୋନା। ଦିନକୁ ୪୨ ଲକ୍ଷ ଲୋକ ସଂକ୍ରମିତ ହେବେ। ତେବେ କରୋନା ସ୍ଥିତିକୁ ପରିଚାଳନାରେ ଫେଲ୍‌ ହୋଇଥିବାରୁ ରାଷ୍ଟ୍ରପତି ଜିନପିଙ୍ଗଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଚୀନବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.