କୋଭିଡ ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନୂଆ ଗାଇଡଲାଇନ୍, ସବୁ ହସ୍ପିଟାଲରେ ଖୋଲିବ କୋଭିଡ ହେଲ୍ପ ଡେସ୍କ

ଭୁବନେଶ୍ବର: କୋଭିଡ ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନୂଆ ଗାଇଡଲାଇନ୍‌ । ଏଣିକି ସବୁ ହସ୍ପିଟାଲରେ ଖୋଲିବ କୋଭିଡ ହେଲ୍ପ ଡେସ୍କ । ୨୪ ଘଣ୍ଟିଆ ହେଲ୍ପ ଡେସ୍କ ଖୋଲିବାକୁ ପରାମର୍ଶ । ହେଲ୍ପ ଡେସ୍କର ଟୋଲ ଫ୍ରି ନମ୍ବର ଜାରି କରିବାକୁ ପରାମର୍ଶ । ହେଲ୍ପ ଡେସ୍କ ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ଦେବେ ସୂଚନା । ଅତିରିକ୍ତ DMETଙ୍କୁ ମଧ୍ୟ ସୂଚନା ଦେବେ ହେଲ୍ପ ଡେସ୍କ ।

ହେଲ୍ପ ଡେସ୍କରେ ପର୍ଯ୍ୟାପ୍ତ HR ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ରୋଗୀଙ୍କ ବାବଦରେ ସମ୍ପର୍କୀୟଙ୍କୁ ଟେଲିଫୋନ୍‌ ଜରିଆରେ ମିଳିବ ସୂଚନା । ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେବେ ହସ୍ପିଟାଲ । ପ୍ରତି କୋଭିଡ ହସ୍ପିଟାଲ କନ୍‌ଫରେନ୍ସ ହଲ୍‌ରେ ଟିଭି ଓ କ୍ୟାମେରାକୁ ସିସିଟିଭିରେ ସଂଯୋଗ କରାଯିବ । ଏହାଦ୍ୱାରା କନ୍‌ଫରେନ୍ସ ହଲରେ ରୋଗୀଙ୍କୁ ଦେଖିବା ସହ ସଂପର୍କୀୟ କଥା ହୋଇପାରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଗାଇଡଲାଇନରେ ଉଲ୍ଲେଖ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.