ବିବାହ ଓ ଅନ୍ତ୍ୟେଷ୍ଟି-ଶୁଦ୍ଧି କ୍ରିୟା ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ୍‌, ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ବିବାହ ଓ ଅନ୍ତ୍ୟେଷ୍ଟି-ଶୁଦ୍ଧି କ୍ରିୟା ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ୍‌ । ବିବାହ ଉତ୍ସବରେ ଆଉ ୫ ଶହ ନୁହଁ, ୨ ଶହରୁ ଅଧିକ ସାମିଲ ହୋଇପାରିବେନି । ଅନ୍ତ୍ୟେଷ୍ଟି ଓ ଶୁଦ୍ଧିକ୍ରିୟାରେ ଆଉ ୫୦୦ ନୁହଁ ୫୦ ଜଣ ସାମିଲ ହୋଇପାରିବେ।

ମ୍ୟାରେଜ୍‌ ହଲରେ ଉତ୍ସବ ଆୟୋଜନ ହେଉଥିଲେ, କ୍ଷମତାର ୫୦%ରୁ ଅଧିକ ସାମିଲ ହୋଇ ପାରିବେନି। ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବା ନେଇ ବ୍ୟବସ୍ଥା କରିବେ ଆୟୋଜକ। ମାର୍ଚ୍ଚ ୨୬ରୁ କଡ଼ାକଡ଼ି ହେବ କଟକଣା । ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.