କରୋନା ଭାଇରସ

ହୋମ ଆଇସୋଲେସନର ନୂଆ ଗାଇଡ଼ଲାଇନ ଜାରି କଲା କେନ୍ଦ୍ର, ରୋଗୀଙ୍କୁ ଏହିସବୁ ନିୟମକୁ ମାନିବାକୁ ବାଧ୍ୟ

ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି କିଲର ଭାଇରସ କରୋନା। ସାରା ବିଶ୍ବରେ କରୋନା ତାର କାୟା ବିସ୍ତାର କରିଚାଲିଛି। ଭାରତରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସେହିପରି ଦେଶରେ ଚିହ୍ନଟ ହେଉଥିବା ଅଧିକାଂଶ କରୋନା ରୋଗୀଙ୍କ ଶରୀରରେ କୌଣସି ଫ୍ଲୁର ଲକ୍ଷଣ ଦେଖାଯାଉନାହିଁ। ଅନ୍ୟପଟେ କିଛି ଆକ୍ରାନ୍ତଙ୍କ ଶରୀରରେ ବହୁତ କମ ଲକ୍ଷଣ ଦେଖାଯାଉଛି।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ସଂଶୋଧିତ ହୋମ ଆଇସୋଲେସନ ଗାଇଡ଼ଲାଇନ ଜାରି କରିଛନ୍ତି। ହୋମ ଆଇସୋଲେସନ ରୋଗୀ ପ୍ରାରମ୍ଭିକ ଲକ୍ଷଣ ଦେଖାଯିବାର ୧୭ ଦିନ ପରେ ଆଇସୋଲେସନ ଶେଷ କରିପାରିବେ। ସେହିପରି ଆଇସୋଲେସନ ଶେଷ ହେବା ପରେ କରୋନା ଟେଷ୍ଟ ମଧ୍ୟ କରାଯିବ ନାହିଁ।

ହୋମ ଆଇସୋଲେସନରେ ଥିବା ରୋଗୀ ଏବଂ ସେମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ନୂଆ ଦିଶା ନିର୍ଦେଶ ଜାରି କରାଯାଇଛି। ତାହେଲେ ଆସନ୍ତୁ ଜାଣିବା ଏହି ନୂଆ ଗାଇଡ଼ଲାଇନ କଣ ରହିଛି।

ରୋଗୀଙ୍କ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶ

  • ବ୍ୟକ୍ତିଙ୍କୁ ୧୭ ଦିନ ଯାଏ ହୋମ ଆଇସୋଲେସନରେ ରହିବାକୁ ପଡିବ।
  • ରୋଗୀଙ୍କୁ ସର୍ବଦା ଟ୍ରିପଲ ଲେୟାର ମାସ୍କ ପିନ୍ଧିବାକୁ ପଡିବ। ପ୍ରତି ୮ ଘଣ୍ଟାରେ ଏହାକୁ ବଦଳାଇବାକୁ ପଡିବ।
  • ମାସ୍କକୁ ୧% ସୋଡିୟମ-ହାଇପ୍ରୋ କ୍ଲୋରାଇଟ ଦ୍ୱାରା ଡିସକାର୍ଡ କରିବାକୁ ପଡିବ।
  • ରୋଗୀଙ୍କୁ ନିଜ ରୁମରେ ହିଁ ରହିବାକୁ ପଡିବ। ଘରର ସଦସ୍ୟ ବିଶେଷ କରି ବୟସ୍କ ଏବଂ ହାଇପରଟେନସନ କିମ୍ବା ହୃଦ ରୋଗୀଙ୍କ ଠାରୁ ଦୂରତା ରକ୍ଷା କରିବାକୁ ପଡିବ।
  • ରୋଗୀ ପର୍ଯ୍ୟାପ୍ତ ଆରାମ ନେବା ଉଚିତ ଏବଂ ଅଧିକରୁ ଅଧିକ ପାଣି କିମ୍ବା ତରଳ ଜାତୀୟ ଖାଦ୍ୟ ଖାଇବା ଉଚିତ।
  • ହାତକୁ ୪୦ ସେକେଣ୍ଡ ପର୍ଯ୍ୟନ୍ତ ନିୟମିତ ଭାବରେ ସାବୁନ କିମ୍ବା ହ୍ୟାଣ୍ଡୱାସରେ ଧୋଇବାକୁ ପଡିବ। ଏହାସହିତ ସାନିଟାଇଜରରେ ବି ଧୋଇପାରିବେ।
  • ରୋଗୀ ରହୁଥିବା ରୁମକୁ କେହି ବି ଯିବା ଉଚିତ ନୁହେଁ।
  • ରୋଗୀ ବ୍ୟବହାର କରୁଥିବା ସାମଗ୍ରୀକୁ ଆଉ କେହି ବ୍ୟବହାର କରିପାରିବେ ନାହିଁ।
  • ଟେବୁଲ, ଚେୟାର, କବାଟ, ହ୍ୟାଣ୍ଡେଲ ଏବଂ ଅନ୍ୟ ଜିନିସକୁ ନିୟମିତ ସଫା କରିବାକୁ ପଡିବ।
  • ରୋଗୀଙ୍କୁ ଡ଼ାକ୍ତରଙ୍କ ନିର୍ଦେଶ ଏବଂ ମେଡ଼ିସିନ ସମ୍ବନ୍ଧିତ ପରାମର୍ଶକୁ ମାନିବାକୁ ପଡିବ।
  • ରୋଗୀଙ୍କୁ ନିଜ ସ୍ୱାସ୍ଥ୍ୟବସ୍ଥାକୁ ନିଜେ ଯାଞ୍ଚ କରିବାକୁ ପଡିବ। ପ୍ରତିଦିନ ଶରୀରର ତାପମାତ୍ରାକୁ ଯାଞ୍ଚ କରିବାକୁ ପଡିବ। ଯଦି ସ୍ଥିତି ଗମ୍ଭୀର ହେଲା ଭଳି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଜଣାଇବାକୁ ପଡିବ।

ରୋଗୀଙ୍କ ଯତ୍ନ ନେଉଥିବା ଲୋକଙ୍କ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶ

  • ଯେଉଁମାନେ ରୋଗୀଙ୍କ ପାଖକୁ ଯାଉଛନ୍ତି ସେମାନେ ମାସ୍କ ପିନ୍ଧିବା ଜରୁରୀ ଏବଂ ଯଥା ସମ୍ଭବ ରୋଗୀଙ୍କ ଠାରୁ ଦୂରତା ରକ୍ଷା କରିବା ଉଚିତ।
  • ଡ଼ାକ୍ତରଙ୍କ ପରାମର୍ଶକ୍ରମେ ରୋଗୀଙ୍କ ସମ୍ପର୍କୀୟ ଓ କେୟାରଟେକର ହାଇଡ୍ରାକ୍ସି କ୍ଲୋରକୁଇନ ଖାଇପାରିବେ।
  • ରୋଗୀ ଏବଂ ତାଙ୍କ ପରିବାର ସଦସ୍ୟ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରି ପ୍ରତିଦିନ ଅପଡେଟ କରିବେ।
  • ରୋଗୀଙ୍କ ଯତ୍ନ ନେଉଥିବା ସମୟରେ ହାତରେ ଗ୍ଲୋବ୍ସ ପିନ୍ଧିବା ଜରୁରୀ। ଏହାକୁ ପିନ୍ଧିବା ଏବଂ କାଢ଼ିବା ସମୟରେ ହାତ ଧୋଇବା ଉଚିତ।
  • ରୋଗୀଙ୍କ ଖାଦ୍ୟ ତାଙ୍କ ରୁମରେ ହିଁ ଦିଅନ୍ତୁ।
  • ଏହା ଧ୍ୟାନ ରଖନ୍ତୁ ଯେ ରୋଗୀ ଠିକ ସମୟରେ ମେଡ଼ିସିନ ନେଉଛନ୍ତି ନା ନାହିଁ।
  • ରୋଗୀଙ୍କ ସହିତ ସିଗାରେଟ ସେୟାର କରିବା ଏବଂ ସେ ବ୍ୟବହାର କରୁଥିବା ଜିନିଷ ଠାରୁ ଯଥେଷ୍ଟ ଦୂରତା ରକ୍ଷା କରନ୍ତୁ।
  • କରୋନା ଲକ୍ଷଣ ଦେଖାଗଲେ ତୁରନ୍ତ ମେଡିକାଲ ଅଫିସରଙ୍କ ସହିତ ସମ୍ପର୍କ କରନ୍ତୁ।

Pritiparna

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

13 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

58 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago