ହଟ୍‌ସ୍ପଟ ଅଞ୍ଚଳରେ ଥିବା କଣ୍ଟେନ୍‌ମେଣ୍ଟ ଜୋନ୍‌ ପାଇଁ ଆହୁରି କଠୋର ହେଲା କଟକଣା

ନୂଆଦିଲ୍ଲୀ : ହଟସ୍ପଟର କଣ୍ଟେନମେଣ୍ଟ ଜୋନ ନେଇ କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ୍‌। ବନ୍ଦ ରହିବ ହସପିଟାଲ, ବ୍ୟାଙ୍କ, ଏଟିଏମ୍‌, ରନ୍ଧନ ଗ୍ୟାସ ବିତରଣ କେନ୍ଦ୍ର ଓ ପେଟ୍ରୋଲ ପମ୍ପ । ଏମିତିକି ଗଣମାଧ୍ୟମ ଓ ଥାନା ବି ରହିବ ବନ୍ଦ ରହିବ । ଗୃହ ମନ୍ତ୍ରାଳୟ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି କରି ପାରିବେ କିନ୍ତୁ ରାଜ୍ୟ ସରକାର ତାକୁ କୋହଳ କରି ପାରିବେନି ।
କଣ୍ଟେନ୍‌ମେଣ୍ଟ ଜୋନ୍‌ ପାଇଁ ଏହି କଠୋର ନିୟମଲାଗୁ ହେଲେ ହସ୍ପିଟାଲ୍‌ ବିଖୋଲିବନି । ଚାଷ କାମ ବନ୍ଦ ରହିବ। ଆସନ୍ତା ୨୦ ତାରିଖରୁ କଟକଣାରେ କିଛି କୋହଳ କରିବା ପାଇଁ ସରକାର ନିୟମାବଳି ଜାରି କରିଥିଲେ। କିନ୍ତୁ ସେହି ନିୟମାବଳିର ପାରା ୫ରୁ ପାରା ୨୦ ଯାଏ ଥିବା ଅନୁମତିକୁ କଣ୍ଟେନ୍‌ମେଣ୍ଟ ଜୋନ ପାଇଁ ପ୍ରତ୍ୟାହାର କରି ନିଆଯାଇଛି। ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ସବୁ ରାଜ୍ୟକୁ ଚିଠି ଲେଖି ଜଣାଇ ଦେଇଛନ୍ତି।

CONTENMENT-2କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ବନ୍ଦ ରହିବ ସବୁ ହସ୍ପିଟାଲ, ନର୍ସିଂ ହୋମ୍‌, କ୍ଲିନିକ୍‌ ଏବଂ ଟେଲିମେଡିସିନ୍‌ ସେବା। ଏପରିକି ଔଷଧ ତିଆରି କଂପାନୀ ମଧ୍ୟ ବନ୍ଦ ରହିବ। ପୁଣିଟିଭି ଓ ପ୍ରିଣ୍ଟ ମିଡିଆ ଅନୁଷ୍ଠାନରେ ବି ତାଲା ଲାଗିବ । ସେ ଅଂଚଳରେ ଥିବା କୌଣସି ବ୍ୟାଙ୍କ କି ଆର୍ଥିକ ଅନୁଷ୍ଠାନ ଖୋଲିବ ନାହିଁ। ଏପରିକି ଏଟିଏମ୍‌ ମଧ୍ୟ ବନ୍ଦ ରହିବ। ବନ୍ଦ ରହିବ ମନରେଗା କାମ। ଖୋଲିବନି ରନ୍ଧନ ଗ୍ୟାସ ବିତରଣ କେନ୍ଦ୍ର କିମ୍ବା ପେଟ୍ରୋଲ ପମ୍ପ। ପୋଷ୍ଟ ଅଫିସ ବି ବନ୍ଦ ରହିବ। ସସସ୍ତ ଘରୋଇ ଓ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ଏହାରି ଭିତରେ କୌଣସି ସରକାରୀ ଓ ବେସରକାରୀ ଶିଳ୍ପ ଚାଲି ପାରିବ ନାହିଁ। ଏପରିକି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ ଥିଲେ ତାହା ମଧ୍ୟ ବନ୍ଦ ରହିବ।

CONTENMENT-3
ଇ-କମର୍ସ କଂପାନୀ, କୋରିଅର, ପ୍ରାଇଭେଟ୍‌ ସିକ୍ୟୁରିଟି ସର୍ଭିସ, କୋଲଡ ଷ୍ଟୋରେଜ ସବୁ ବନ୍ଦ ରହିବ। ରୋଡ୍‌, ଜଳସେଚନ ଏବଂ ସବୁ ପ୍ରକାର ନିର୍ମାଣ କାମ ବନ୍ଦ ରହିବ। କୃଷି ଓ ଆନୁସଙ୍ଗିକ ସହ ମତ୍ସ୍ୟ ଓ କୁକୁଡା ଚାଷ ଆଦି ସବୁ କାମ ବନ୍ଦ ରହିବ। କୃଷି ଯନ୍ତ୍ରପାତି ନେଇ ଥିବା ଦୋକାନ ବନ୍ଦ ରହିବ। ପରିବା ମାର୍କେଟ୍‌ ବନ୍ଦ ରହିବ। ସମୁଦ୍ରକୁ ମାଛ ମାରିବାକୁ ଯାଇ ପାରିବେ ନାହିଁ ମତ୍ସ୍ୟଜୀବୀ। କୌଣସି ଲୋକ ଘରୁ ବାହାରି ପାରିବେ ନାହିଁ। ଏହି ଅଂଚଳ ଦେଇ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ରାଜ୍ୟଗୁଡିକ ଚାହିଁଲେ ଏହାକୁ ଅଧିକ କଠୋର କରି ପାରିବେ କିନ୍ତୁ କୋହଳ କରି ପାରିବେ ନାହିଁ। ଏ ନେଇ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏପରି କିଛି ନୂଆ ଅଂଚଳରେ ପଜିଟିଭ୍‌ ଚିହ୍ନଟ ହେଲେ ସେ ଅଂଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିରାଜ୍ୟ ସରକାର କଟକଣାକୁ କଠୋର କରିପାରିବେ ।

CONTENMENT-4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like