କରୋନା ଭାଇରସର ନୂଆ ଲକ୍ଷଣ, ଲକ୍ଷଣ ପୂର୍ବରୁ ଶରୀରରେ ପଡିପାରେ ଲାଲ ରଙ୍ଗର ଚିହ୍ନ

କରୋନାର ପ୍ରକୋପ ଦିନକୁ ଦିନ ବଢିବା ସହିତ ଏହାର ଲକ୍ଷଣ ମଧ୍ୟ ବହୁତ ମାତ୍ରାରେ ପରିବର୍ତ୍ତନ ହେଉଛି। ଗମ୍ଭୀର ଭାବରେ ପ୍ରଭାବିତ ହୋଇଥିବା ଇଟାଲୀର ଚିକିତ୍ସକଙ୍କ ଅଧ୍ୟୟନରୁ ଜଣାପଡିଛି ଯେ ପାଞ୍ଚ ଜଣ ମଧ୍ୟରୁ ଜଣେ ରୋଗୀଙ୍କର କରୋନାର ଲକ୍ଷଣ ଆସିବା ପୂର୍ବରୁ ଶରୀରରେ ଲାଲ ରଙ୍ଗର ଚିହ୍ନ ବା ଦାଗ ହୋଇପାରେ। ଏହା ହେଉଛି କରୋନା ଭାଇରସର ଆଉ ଏକ ନୂଆ ଲକ୍ଷଣ।

ଏହି କିଲର ଭାଇରସ ପ୍ରକୋପରେ ସର୍ବାଧିକ ପ୍ରଭାବିତ ଇଟାଲୀର ଲମ୍ବୋର୍ଦି ସହରରେ ଥିବା ଲିକୋ ହସ୍ପିଟାଲରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜଣାପଡିଛି ଯେ ୮୮ ସଂକ୍ରମିତଙ୍କ ମଧ୍ୟରୁ ୨୦ ପ୍ରତିଶତ ରୋଗୀଙ୍କ ତ୍ୱଚାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏମାନଙ୍କ ଶରୀରରେ ଲାଲ ଗୋଲ ଗୋଲ ଚିହ୍ନ ଦେଖିବାକୁ ମିଳିଛି। ସେହିପରି ଡାକ୍ତର ସ୍ପଷ୍ଟ କରିଛନ୍ତି ଯେ ଏମାନେ ତ୍ୱଚା ସଂକ୍ରମଣ କରୁଥିବା ଏମିତି କୌଣସି ବି ଔଷଧ ଖାଇନଥିଲେ।

korona1ସେହିପରି ଡାକ୍ତର କହିଛନ୍ତି ଯେ ତ୍ୱଚା ହେଉଛି ଶରୀରର ସବୁଠାରୁ ବଡ ଅଙ୍ଗ। ଯଦି ଆପଣ ଅସୁସ୍ଥ ରହୁଛନ୍ତି କିମ୍ବା ଫୁସଫୁସ ରୋଗଗ୍ରସ୍ତ ଅଛି ପ୍ରତି ପାଞ୍ଚ ମାମଲାରେ ଜଣାପଡ଼ିଥାଏ ଯେ ତ୍ୱଚା ପ୍ରତିକ୍ରିୟା କରିଥାଏ। ଯେଉଁ କାରଣରୁ ଏମିତି ଲକ୍ଷଣ ସାମ୍ନାକୁ ଆସିଥାଏ। ଯଦି ଶରୀରରେ ଲାଲ ରଙ୍ଗର ଚକଡା ଚକଡ଼ା ଚିହ୍ନ ଦେଖାଯାଉଥାଏ ତେବେ ଏହାକୁ ଆଦୌ ବି ଅଣଦେଖା କରିବା ଅନୁଚିତ। କାହିଁକିନା ଏହା ପର ମୁହୂର୍ତ୍ତରେ ଘାତକ ମଧ୍ୟ ହୋଇପାରେ।

coronavirusଡାକ୍ତର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ୧୮ରୁ ୮ ଜଣ ରୋଗୀ କରୋନାର ଏହି ଲକ୍ଷଣକୁ ଚିହ୍ନିପାରିଲେ ନାହିଁ। ସତ କଥା ତ ହେଉଛି ଏହା ସେମାନଙ୍କ ଶରୀରରେ କରୋନା ଭାଇରସର ପ୍ରଥମ ଲକ୍ଷଣ ଥିଲା। ଏମିତିରେ ରୋଗୀ ଅତି କମରେ ଦୁଇ ରୁ ୩ ଦିନ ପରେ ହସ୍ପିଟାଲ ପହଞ୍ଚେ କିନ୍ତୁ ସେତେ ପର୍ଯ୍ୟନ୍ତ ଏହି ଭାଇରସ ପୂରା ଶରୀରରେ ସଂକ୍ରମଣକୁ ବ୍ୟାପି ଦେଇଥାଏ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସଂକ୍ରମିତ କରିଦେଇଥାଏ।

ତ୍ୱଚା ଲାଲ ରଙ୍ଗ ହେବାର ଏବେ ପର୍ଯ୍ୟନ୍ତ କୌଣସି ସଠିକ କାରଣ ଜଣାପଡିନାହିଁ। ବୈଜ୍ଞାନିକଙ୍କ ଧାରଣା ଯେ ଶରୀର ଯେତେବେଳେ ଭାଇରସକୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରିଥାଏ ସେତେବେଳେ ତ୍ୱଚାରେ ଲାଲ ରଙ୍ଗ ପଡ଼ିଯାଏ। କିଛି ରୋଗୀଙ୍କ ଠାରେ ଏହି ଚିହ୍ନ ହାଡପୁଟି ଭଳି ଦେଖାଯାଏ ଏବଂ ଏହାର ଆକାର ମଧ୍ୟ ଛୋଟ ହୋଇଥାଏ। ଏହା ବହୁତ କମ କୁଣ୍ଡେଇ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.