ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ରଖି ବିବାହ ବନ୍ଧନରେ ବାନ୍ଧି ହେଲେ ନବ ଦମ୍ପତି

ଢେଙ୍କାନାଳ: ମୁହଁରେ ମାସ୍କ ପିନ୍ଧି ହେଲା ନିଆରା ବିବାହ। ନା ଅଛି ପ୍ରସେସନ୍‌, ନା ଅଛି ରୋଷଣୀ, ନା ବାଜିଛି ବାଜା , ନା ଅଛି ଚାକ୍ୟଚକ୍ୟ । ସଂପୂର୍ଣ୍ଣ ସାମାଜିକ ଦୂରତ୍ୱ ରଖି ବିବାହ କାର୍ଯ୍ୟ ସଂପାଦିତ ହୋଇଛି। ବେଦିରେ ବସିଛନ୍ତି କେବଳ ବର, କନ୍ୟା ଓ ବ୍ରାହ୍ମଣ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ସରାଙ୍ଗ ଗାଁରେ ଏହି ବିବାହ ଅନୁଷ୍ଠିତ ହୋଇଛି।

donateସାମ୍ବାଦିକ ବରଙ୍କୁ ବିବାହ କରିଛନ୍ତି ଇଞ୍ଜିନିୟର କନ୍ୟା। ଯୁବ ସାମ୍ବାଦିକ ହେଲେ ସୁଶାନ୍ତ କୁମାର ଭୂତିଆ। କନ୍ୟା ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ବିଦ୍ୟୁତ ବିଭାଗର ଜୁନିୟର ଇଞ୍ଚିନିୟର ଭାବରେ କାର୍ଯ୍ୟ କରୁଛନ୍ତି। ବାହାଘର ପରେ ଉଭୟ ବର ଓ କନ୍ୟା ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ହଜାର ଟଙ୍କା ଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.