କରୋନା ଭାଇରସ

ବିଗୁଡୁଛି କରୋନା ସ୍ଥିତି: ଆଜିଠୁ ଗୁଜରାଟର ୪ ଓ ମଧ୍ୟପ୍ରଦେଶର ଦୁଇ ସହରରେ ନାଇଟ୍‌ କର୍ଫ୍ୟୁ

କେନ୍ଯୁଜ୍: ଲେଉଟୁଛି କରୋନା, ବିଗୁଡୁଛି ସ୍ଥିତି । ମହାରାଷ୍ଟ୍ରରେ ଦ୍ୱିତୀୟ ସଂକ୍ରମଣର ଲହର ଆରମ୍ଭ ହୋଇଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ନାଗପୁରରେ ଲକଡାଉନ୍‌ ଲାଗିଥିବା ବେଳେ ଗୁଜରାଟକୁ ଫେରିଛି ନାଇଟ୍‌ କର୍ଫ୍ୟୁ । ଆଜିଠୁ ଗୁଜରାଟରେ ୪ଟି ମେଟ୍ରୋ ସହର ଅହମ୍ମଦାବାଦ, ଭଦୋଦରା, ସୁରଟ ଓ ରାଜକୋଟରେ ଲାଗିବ ରାତ୍ରିକାଳୀନ କଟକଣା । ମାର୍ଚ୍ଚ ୩୧ ଯାଏ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଚାଲିବ।

ସେହିଭଳି ମଧ୍ୟପ୍ରଦେଶ ଭୋପାଳ ଓ ଇନ୍ଦୋରରେ ଆଜିଠୁ ନାଇଟ କର୍ଫ୍ୟୁ ଲଗାଯାଇଛି । ରାଜ୍ୟର ୮ ସହରରେ ରାତି ୧୦ଟାରେ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହୋଲି ପର୍ବ ପାଳନ ଉପରେ ରୋକ ଲଗାଇଛନ୍ତି ମଧ୍ୟପ୍ରଦେଶ ସରକାର । ପଞ୍ଜାବ ରୂପନଗର ଜିଲ୍ଲାରେ ମଧ୍ୟ ରାତ୍ରକାଳିନ କର୍ଫ୍ୟୁ ଲାଗିଛି । ସଂକ୍ରମଣ ବଢୁଥିବାରୁ କଟକଣା ପୁଣି କଡ଼ାକଡ଼ି ହେଲାଣି । ମୁମ୍ବାଇ ସହରରେ ଓ୍ଵାର୍କ ଫ୍ରମ ହୋମ୍‌ ବ୍ୟବସ୍ଥା ଲାଗୁ କରାଯାଇଛି ।

ମହାରାଷ୍ଟ୍ରରେ ୫୦ ପ୍ରତିଶତ କ୍ଷମତାରେ ଚାଲିବ ସିନେମା ହଲ୍‌, ମଲ୍‌ ଓ ରେଷ୍ଟୁରାଣ୍ଟ । ବିଭିନ୍ନ ସଭାସମିତି ଉପରେ ଲାଗିଲା କଟକଣା । ବାହାଘରରେ ୫୦ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ । ଗାଇଡଲାଇନ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଟ୍ରାକିଂ ଆଉ ଟେଷ୍ଟିଂ ବଢ଼ାଇବାକୁ ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। କେନ୍ଦ୍ରୀୟ ଟିମ୍‌ର ସ୍ଥିତି ଆକଳନ ଆଧାରରେ ସାବଧାନ କରାଇ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

Sonalisa

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

9 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

17 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

33 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago