କରୋନା ଭାଇରସ

ଭିତ୍ତିଭୂମି କି ଅର୍ଥବଳ ନଥିଲା, ହେଲେ ମନୋବଳ ଥିଲା ଓଡ଼ିଶା ସରକାରଙ୍କର

ବାଆସ୍ତରୀ ଘଣ୍ଟା ବିତି ଗଲାଣି । ରାଜ୍ୟରେ ଆଉ କୌଣସି କରୋନା ପଜେଟିଭ୍‌ ଚିହ୍ନଟ ହୋଇ ନାହାନ୍ତି । ଯେଉଁ ୬୦ ଜଣ ଆକ୍ରନ୍ତ ଥିଲେ ସେଥିମଧ୍ୟରୁ ୨୧ ଜଣ ସୁସ୍ଥ ହୋଇ ସାରିଲେଣି । ଦେଶ ଭଳି ରାଜ୍ୟରେ ଦ୍ୱିତୀୟ ଲକ୍‌ଡାଉନ୍‌ ଚାଲିଛି । ଲୋକେ ଘରେ ଅଛନ୍ତି ଆଉ ପୋଲିସ୍‌, ପ୍ରଶାସନ ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ବାହାରେ ରହି ଲୋକଙ୍କୁ ଜଗିବା ସହ କରୋନା ବିରୋଧରେ ସିଧାସଳଖ ସାମନାରୁ ଲଢ଼େଇ କରୁଛନ୍ତି । ଇଏ ହେଉଛି ଆମ ରାଜ୍ୟ ଓଡ଼ିଶାର କଥା । ଯେଉଁଥି ପାଇଁ ବୋଧହୁଏ କରୋନା ଟିକେ ଥକା ମାରିଛି ଆମ ରାଜ୍ୟରେ ।
କରୋନା ଜୀବନ ନେବାକୁ ଚାହିଁ ବସିଛି, ଆଉ ରାଜ୍ୟ ସରକାର ଯେମିତି ତାକୁ ଚ୍ୟାଲେଞ୍ଜ କରି ଶକ୍ତ ଢାଲ ଭଳି ରାଜ୍ୟବାସୀଙ୍କୁ ଜଗି ରହିଛନ୍ତି । ଏକଥା ସମସ୍ତେ ମାନିବେ ଯେ ରାଜ୍ୟ ସରକାରଙ୍କ ଶକ୍ତ ପଦକ୍ଷେପ ଯୋଗୁ ଆଜି ଓଡ଼ିଶା ଦେଶ ଭିତରେ ୧୮ ନମ୍ବରରେ ରହିଛି । ଭୁବନେଶ୍ୱରକୁ ଛାଡ଼ି ଦେଲେ ଅନ୍ୟ କୌଣସି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଦେଖିବାକୁ ମିଳିନାହିଁ ।
ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ମାର୍ଚ୍ଚ ୧୪ ତାରିଖରୁ ଏପ୍ରିଲ ୨ ତାରିଖ ଯାଏ ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ମାର୍ଚ୍ଚ ୧୯, ୨୬, ୩୧ରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏପ୍ରିଲ ୧ ତାରିଖରେ ଆଉ ଗୋଟିଏ ପଜିଟିଭ କେସ ଆସିଥିଲା । ତେବେ ଏପ୍ରିଲ ୩ରୁ ୯ ପର୍ଯ୍ୟନ୍ତ ପରିସ୍ଥିତି ବିଗିଡିବରେ ଲାଗିଲା । ପ୍ରାୟ ୨୦ ଗୁଣ ବଢ଼ିଥିଲା ସଂଖ୍ୟା । ଏପ୍ରିଲ ୩ରେ ୧୫, ୪ରେ ଗୋଟିଏ ଏବଂ ୫ ତାରିଖରେ ଆସିଥିଲା ୧୮ଟି ନମୂନାର ପଜେଟିଭ ରିପୋର୍ଟ । ପୁଣି ୬ ତାରିଖରେ ଗୋଟିଏ ଓ ୭ ତାରିଖରେ ୨ଟି କେସ ଆସିଥିବା ବେଳେ ଏପ୍ରିଲ ୯ରେ ଚିହ୍ନଟ ହୋଇଥିଲେ ୬ ଜଣ ଆକ୍ରାନ୍ତ । ଏହି ୭ ଦିନ ମଧ୍ୟରେ ଆସିଥିଲା ୪୩ଟି ମାମଲା । ଏହା ପରେ କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ରହିଛି ।

କରୋନା ସହ ଲଢ଼ିବା ପାଇଁ ଅର୍ଥବଳ ଓ ଭିତ୍ତିଭୂମି ନଥିଲା ଓଡ଼ିଶା ସରକାରଙ୍କ ପାଖରେ ହେଲେ ଥିଲା ମନୋବଳ । ମୁଖ୍ୟମନନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ ପଦକ୍ଷେପ ନିଆଯାଇଥିଲା । ସେ ନମୂନା ପରୀକ୍ଷଣ କ୍ଷେତ୍ର ହେଉ କି କୋଭିଡ୍‌ ହସପିଟାଲ ନିର୍ମାଣ କ୍ଷେତ୍ରରେ ହେଉ । ଲୋକଙ୍କୁ ସଚେତନ କରିବା, ଅମାନିଆଙ୍କୁ ଠିକଣା ରାସ୍ତା ଦେଖାଇବା ଆଦି କେଉଁଥିରେ ବି କମି ରଖି ନଥିଲେ । ଦେଶର ଅନ୍ୟ ରାଜ୍ୟ ଏ ନେଇ ଚିନ୍ତା କଲା ବେଳକୁ ଆମ ଓଡ଼ିଶାରେ କାମ ଆରମ୍ଭ ହୋଇ ଭିତ୍ତିଭୂମି ସବୁ କାର୍ଯ୍ୟକ୍ଷମ ହୋଇଗଲା । ପ୍ରଥମ ରାଜ୍ୟ ଭାବେ ଲକ୍‌ଡାଉନ୍‌ ଘୋଷଣା କଲା ଏବଂ କୋଭିଡ୍‌ ହସପିଟାଲ ମଧ୍ୟ ସ୍ଥାପନ କଲା । ସିଧାସଳଖ କହିବାକୁ ଗଲେ ଆମ ରାଜ୍ୟ ହିଁ ବାଟ ଦେଖାଇଲା ଅନ୍ୟମାନଙ୍କୁ ।
ଆଗକୁ ଅଧିକ ଟେଷ୍ଟିଂ କରି ଲୋକେ ନିରୋଗ ଅଛନ୍ତି ବୋଲି ପ୍ରମାଣ କରିବାର ବ୍ୟବସ୍ଥା ସରକାର ଆରମ୍ଭ କରିଛନ୍ତି । ବିଶେଷ କରି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ସ୍ଥାୟୀ କ୍ୟାମ୍ପ ସହ, ମୋବାଇଲ୍‌ ଭ୍ୟାନ୍‌ ଜରିଆରେ ନମୂନା ସଂଗ୍ରହ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଲୋକଙ୍କୁ ସଚେତନ କରାଯାଇଛି, ବୁଝା ଯାଇଛି । ଅମାନ୍ୟକାରୀଙ୍କୁ ଦଣ୍ଡବି ଦିଆଯାଇଛି । ତେବେ ଆଉ ଏକ ବଡ଼ କଥା ହେଉଛି ଘରେ ରହିଥିବା ଲୋକଙ୍କୁ ମୌଳିକ ଆବଶ୍ୟକତାକୁ ପୂରଣ କରିବା ଦିଗରେ ରାଜ୍ୟ ସରକାର ପୂରା ଯତ୍ନବାନ୍‌ ହୋଇଛନ୍ତି । ଯାହା କରୋନା ବିରୋଧୀ ଲଢ଼େଇରେ ମିଳିଥିବା ସଫଳତାର ଅନ୍ୟତମ କାରଣ । ଏଭଳି ଭାବେ ଜନସାଧାରଣଙ୍କ ସହଯୋଗ ମିଳିଲେ ଓଡ଼ିଶାରେ କରୋନା କେବଳ ଥକା ମାରିବନି ପୂରା ବେହୋସ ହୋଇ ମରିଯିବ ।

KNews Bureau

Recent Posts

ଚର୍ଚ୍ଚରେ ଚୋରି କରିବା ସହ ଫାଦରଙ୍କୁ ମାଡ଼ ମାରିଲେ ଚୋର, ଘଟଣାର ଚାଲିଛି ତଦନ୍ତ

ରାଉରକେଲା(କେନ୍ୟୁଜ): ଚୋରମାନେ ଘର, ଦୋକାନ, ବଜାର ଓ ମନ୍ଦିରରୁ ଚୋରି କରୁଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଚୋରମାନେ…

9 mins ago

ଏମିତି ଏକ ଗାଁ ଯେଉଁଠି ଦୋଳି ନାହିଁ ସତ କିନ୍ତୁ ରହିଛି ରଜ ପର୍ବର ଦୁଇ ଗୁଣା ଉତ୍ସାହ

ଭଞ୍ଜନଗର(କେନ୍ୟୁଜ): ଓଡ଼ିଶାର ଗଣ ପର୍ବ ରଜ । ଏଥିପାଇଁ ଉତ୍ସବ ମୁଖର ଗାଆଁଠୁ ସହର ।  ବସୁଧା, ପ୍ରକୃତି ମାତାଙ୍କୁ…

11 mins ago

ଉପବାଚସ୍ପତି ପଦ ପାଇଁ ବିରୋଧୀ ଦଳଙ୍କ ଦାବି, ନହେଲେ ବାଚସ୍ପତି ନିର୍ବାଚନ ଲଢ଼ିବାକୁ ଘୋଷଣା

ନୂଆଦିଲ୍ଲୀ:ଚସ୍ପତି ପଦକୁ ନେଇ ତେଜିଲା ବିବାଦ। ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ…

35 mins ago

ବିବାହ ଉତ୍ସବରେ ରକ୍ତଦାନ ଶିବିର, ନବଦମ୍ପତି ସୃଷ୍ଟି କଲେ ନିଆରା ଉଦାରଣ

ଜଳେଶ୍ୱର (କେନ୍ୟୁଜ): ନିଜର ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଆଜିର ଯୁବପିଢୀ ଭିନ୍ନ ଭିନ୍ନ ଢଙ୍ଗରେ ଏହାକୁ ପାଳନ…

47 mins ago

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ବିଗ୍ ଫୋର୍, ରହିବ ଅନେକ ଚ୍ୟାଲେଞ୍ଜ

କେନ୍ୟୁଜ (ବ୍ୟୁରୋ) : ବିଭାଗ ବଣ୍ଟନ ସରିଛି । ଏବେ ଦାୟିତ୍ୱ ନେବା ପରେ ମନ୍ତ୍ରୀମାନଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ…

53 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

2 hours ago