କୋଭିଡ ଟିକାକରଣରେ ରାଜ୍ୟର ଆଉ ଏକ ମାଇଲଖୁଣ୍ଟ: ଦ୍ୱିତୀୟ ଡୋଜ୍ ନେଇଥିବା ହିତାଧିକାରୀଙ୍କ ସଂଖ୍ୟା ୨ କୋଟି ଟପିଲା

ଭୁବନେଶ୍ବର(କେନ୍ଯୁଜ୍): କୋଭିଡ ଟିକାକରଣରେ ରାଜ୍ୟର ଆଉ ଏକ ମାଇଲଖୁଣ୍ଟ । ଦ୍ୱିତୀୟ ଡୋଜ୍ ନେଇଥିବା ହିତାଧିକାରୀଙ୍କ ସଂଖ୍ୟା ୨ କୋଟି ଟପିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ କୋଟି ୩୪ ହଜାର ୫୦୮ ଦ୍ୱିତୀୟ ଡୋଜ୍ ଦିଆଗଲାଣି ।
ସେହିପରି ୨କୋଟି ୮୯ ଲକ୍ଷ ୯୬ହଜାର ୯୪୪ ପ୍ରଥମ ଡୋଜ୍ ଦିଆଯାଇଛି। ରାଜ୍ୟରେ ମୋଟ୍ ୪କୋଟି ୯୦ଲକ୍ଷ ୩୧ହଜାର ୪୫୨ ଡୋଜ୍ ଦିଆଯାଇଛି । ରାଜ୍ୟରେ ପ୍ରାୟ ୬୦ଲକ୍ଷ ଲୋକ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେବା ବାକି ରହିଛି । ଶତ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ନେଇଥିବା ବେଳେ ୯୨ ପ୍ରତିଶତ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ଅନ୍ୟପଟେ ୪୫ବର୍ଷରୁ ଊର୍ଦ୍ଧ୍ୱ ବର୍ଗରେ ୯୨ ପ୍ରତିଶତ ପ୍ରଥମ ଡୋଜ୍ ଏବଂ ୮୯ ପ୍ରତିଶତ ଦ୍ୱିତୀୟ ଡୋଜ୍ ନେଲେଣି । ସେହିପରି ୪ଲକ୍ଷ ୨୩ହଜାର ୫୭୫ ଜଣ ଗର୍ଭବତୀଙ୍କୁ ଟିକା ଦିଆଯାଇଛି