ରାଜ୍ୟରେ ୨୦ଲକ୍ଷ ଟପିଲା ଟିକାକରଣ, ଏପ୍ରିଲ ୨ରେ ଆସିବ ଆଉ ୯ଲକ୍ଷ ୮୮ହଜାର ଡୋଜ୍‌

ଭୁବନେଶ୍ବର: ରାଜ୍ୟରେ ୨୦ଲକ୍ଷ ଟପିଛି ଟିକାକରଣ । ୫୬ ଦିନରେ ୨୦ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ପ୍ରଥମ ୧୦ଲକ୍ଷ ଲୋକଙ୍କୁ ଟିକା ଦେବାକୁ ୪୫ଦିନ ଲାଗିଥିବାବେଳେ ଦ୍ୱିତୀୟ ୧୦ଲକ୍ଷ ଲୋକଙ୍କୁ ମାତ୍ର ୧୧ ଦିନରେ ଟିକା ଦିଆଯାଇଛି। ଗତକାଲି ୫୬ ହଜାର ୬୦୧ଜଣ ବରିଷ୍ଠ ନାଗରିକ ଟିକା ନେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବରିଷ୍ଠ ନାଗରିକଙ୍କ ଟିକାଦାନ ୧୦ଲକ୍ଷ ୮୩ହଜାର ୨୧ରେ ପହଞ୍ଚିଛି।

୧୩୪୬ଜଣ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ନେଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୩ଲକ୍ଷ ୧୦ହଜାର ୮୪୬ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍‌ ନେଇଛନ୍ତି। ପ୍ରଥମ ଡୋଜ୍‌ ନେଇଥିବା ସମ୍ମୁଖ ଯୋଦ୍ଧାଙ୍କ ସଂଖ୍ୟା ୧ଲକ୍ଷ ୮୧ହଜାର ୯୯୮ ହୋଇଛି। ଦ୍ୱିତୀୟ ଡୋଜ୍‌ ନେଇଥିବା ସମ୍ମୁଖ ଯୋଦ୍ଧାଙ୍କ ସଂଖ୍ୟା ୧ଲକ୍ଷ ୨୯ହଜାର ୯୯୪କୁ ବଢିଛି। ରାଜ୍ୟରେ ଟିକାକରଣ ଚାଲୁ ରହିଥିବାବଳେ ଏପ୍ରିଲ ୨ରେ ଆଉ ୯ଲକ୍ଷ ୮୮ହଜାର ଡୋଜ୍‌ ଆସିବ। ଗତକାଲି ୩ଲକ୍ଷ ୭୦ହଜାର ଡୋଜ୍‌ ଆସିଛି। ତେବେ ମାର୍ଚ୍ଚ ୩୧ରୁ ଏପ୍ରିଲ ୧ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.