କେନ୍ଦ୍ର ସରକାରଙ୍କ କୋଭିଡ୍‌-୧୯ ଗାଇଡଲାଇନ୍‌ ଅନୁସାରେ ସମ୍ପନ୍ନ ହେଲା ଓଡିଶାର ପ୍ରଥମ କରୋନା ମୃତକଙ୍କ ଶେଷକୃତ୍ୟ, କେବଳ ଉପସ୍ଥିତ ଥିଲେ ପରିବାର ଲୋକେ

ଭୁବନେଶ୍ୱର:  ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଥିବା ଜଣେ ୭୨ ବର୍ଷ ବୃଦ୍ଧଙ୍କର ଗତ ୬ ତାରିଖରେ ମୃତ୍ୟୁ ହୋଇଥିଲା । ଗତକାଲି ତାଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍‌ । କେନ୍ଦ୍ର ସରକାରଙ୍କ କୋଭିଡ୍‌-୧୯ ଗାଇଡଲାଇନ୍‌ ଅନୁସାରେ ତାଙ୍କର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । କେବଳ ପରିବାର ଲୋକଙ୍କ ଉପସ୍ଥିତରେ ବିଏମ୍‌ସି ପକ୍ଷରୁ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା ।

ଅପରପକ୍ଷେ ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପର୍ଯ୍ୟନ୍ତ ରାଜ୍ୟରେ ୪୨ ଜଣ ପଜିଟିଭ୍‌ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଦୁଇ ଜଣ । ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅଛନ୍ତି ୩୯ ଜଣ । ରାଜ୍ୟର ୭ଟି ଜିଲ୍ଲାକୁ ବ୍ୟାପିଲାଣି କରୋନା ଭୂତାଣୁ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଭଦ୍ରକରୁ ୩ ଏବଂ କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଳାହାଣ୍ଡି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରିପୋର୍ଟ ପଜିଟିଭ୍‌ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.