ଗାଡ଼ି ଜବତ ମାମଲାରେ ହାଇକୋର୍ଟଙ୍କ ରାୟରେ ପରିବର୍ତ୍ତନ: କେବଳ ବରିଷ୍ଠ ନାଗରିକ, ଭିନ୍ନକ୍ଷମ,ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଲାଗୁ ହେବ ନିର୍ଦ୍ଦେଶ

କଟକ: ହାଇକୋର୍ଟଙ୍କ ରାୟରେ ପରିବର୍ତ୍ତନ । ଲକଡାଉନ ବେଳେ ଗାଡ଼ି ଜବତ ମାମଲାରେ ଦେଇଥିବା ରାୟରେ ପରିବର୍ତ୍ତନ । ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଅଣ୍ଡରଟେକିଂ ନେଇ ଗାଡ଼ି ଛାଡିବା ନିର୍ଦ୍ଦେଶରେ ପରିବର୍ତ୍ତନ । ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କ ପାଇଁ ଲାଗୁ ହେବ ନିର୍ଦ୍ଦେଶ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ କୋହଳ ହେବ । ସେମାନେ ଅଣ୍ଡରଟେକିଂ ଦେଇ ନେଇପାରିବେ ଗାଡ଼ି ।

letterକାଲିର ନିର୍ଦ୍ଦେଶ ସମ୍ପୂର୍ଣ୍ଣ କଟକଣା ଉଠାଇବାପାଇଁ ନ ଥିଲା । ଗତକାଲି ହାଇକୋର୍ଟ ରାୟରେ କହିଥିଲେ ଲକଡାଉନ ବେଳେ ଗାଡି ଜବତ କରିବନି ପୋଲିସ୍‌ । ଗତକାଲି ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଅଣ୍ଡରଟେକିଂ ଲେଖି ଗାଡି ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଗୋଟିଏ ଗାଡ଼ିକୁ ଅଣ୍ଡରଟେକିଂ ଦେଇ ୩ ଥର ଛଡ଼ାଯିବା ସମସ୍ତଙ୍କ କ୍ଷେତ୍ରରେ ପ୍ରଜୁଯ୍ୟ ହେବନାହିଁ । ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଞ୍ଚଳରେ ପାଦଚଲା ଦୂରତାରେ ରେସନ, କ୍ଷୀର ଓ ପନିପରିବା ଆବଶ୍ୟକତା ଅନୁସାରେ ମିଳୁଥିବା କର୍ତ୍ତୃପକ୍ଷ କୋର୍ଟଙ୍କୁ ଅବଗତ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ନେଇ ୩ ଥର ଅଣ୍ଡରଟେକିଂ ନିର୍ଦ୍ଦେଶ ଲାଗୁ କରାଯିବ ।

ଏହାଛଡ଼ା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ମଧ୍ୟ କୋହଳ ଲାଗୁ ହେବ । କାଲିର ନିର୍ଦ୍ଦେଶ ସମ୍ପୂର୍ଣ୍ଣ କଟକଣା ଉଠାଇବା ପାଇଁ ନ ଥିଲା ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଗତକାଲି ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ କହିଥିଲେ ଗୋଟିଏ ଗାଡିକୁ ୩ ଥର ଅଣ୍ଡରଟେକିଂରେ ଛଡ଼ାଯିବ । ଗାଡିକୁ ଆଉ ସେଭଳି ବ୍ୟବହାର କରିବେ ନାହିଁ ବୋଲି ଚାଳକ ଅଣ୍ଡରଟେକିଂ ଲେଖିବେ । ଏପରିକି ଜବତ ଗାଡି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ରହିଥିଲା । ଏଥିସହ ବୟସ୍କ, ମହିଳା ଓ ଭିନ୍ନକ୍ଷମଙ୍କୁ ମେଡିସିନ, ପରିବା ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଘର ନିକଟରେ ଯୋଗାଇଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.