ରାଜ୍ୟରେ ଆଉ ୨୧ ଜଣଙ୍କ ଜୀବନ ନେଇଛି ମହାମାରୀ, ଗତ ୨୪ ଘଣ୍ଟାରେ ୧୧ ହଜାର ୮୦୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ୨୧ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ୧୧ ହଜାର ୮୦୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ରେଟ୍‌ ୨୩ .୨୧ ପ୍ରତିଶତ । ସୁନ୍ଦରଗଡ଼ରୁ ପୁଣି ସର୍ବାଧିକ ୧୯୨୨ ନୂଆସଂକ୍ରମିତ ।

ଖୋର୍ଦ୍ଧା ଜିଲ୍ଲାରୁ ୧୫୧୦, କଟକରୁ ୧୦୫୨, ଅନୁଗୁଳରୁ ୫୬୦, ସମ୍ବଲପୁରରୁ ୫୩୩ ପଜିଟିଭ୍‌ ଚିହ୍ନଟ। ପୁରୀରୁ ୪୫୪, ବଲାଙ୍ଗୀରରୁ ୪୩୭, ବରଗଡ଼ରୁ ୪୨୮, ଝାରସୁଗୁଡ଼ାରୁ ୪୨୧, ନବରଙ୍ଗପୁରରୁ ୪୧୯, କଳାହାଣ୍ଡିରୁ ୪୦୨ ନୂଆ ସଂକ୍ରମିତ ଚିହ୍ନଟ। ରାଜ୍ୟରେ ମୋଟ ପଜିଟିଭ୍‌ ୫,୨୪,୨୦୭ରେ ପହଞ୍ଚିଛି। ଆକ୍ଟିଭ୍‌ କେସ୍‌ ୯୦ ହଜାର ୩୩୫ ଥିବାବେଳେ ସୁସ୍ଥ ସଂଖ୍ୟା ରହିଛି ୪ ଲକ୍ଷ ୩୧ ହଜାର ୬୫୮। ମୋଟ ମୃତ୍ୟୁସଂଖ୍ୟା ୨୧୬୧ରେ ପହଂଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.