ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୧୨୯ ପଜିଟିଭ୍‌ ଚିହ୍ନଟ, ୬୯ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୨ ପ୍ରତିଶତ ତଳେ ରହିଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ହଜାର ୧୨୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୬ ହଜାର ଟପିଲା ମୃତ୍ୟୁସଂଖ୍ୟା। ଏପର୍ଯ୍ୟନ୍ତ ମୋଟ ୬ହଜାର ୧୦୨ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଆଜି ପଜିଟିଭିଟି ରେଟ୍‌ ରହିଛି ୧.୯୦ ପ୍ରତିଶତ । ଯାହାକି ଗତକାଲି ଥିଲା ୧.୫୩ ପ୍ରତିଶତ ।

୨୪ ଘଣ୍ଟାରେ ୫୯ ହଜାର ୩୭୮ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୩୮୮ ସଂକ୍ରମିତ ହୋଇଛନ୍ତି । କଟକରୁ ୧୩୫ ଓ ବାଲେଶ୍ୱରରୁ ୭୨ ରହିଛି କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୪ ହଜାର ୩୨୫ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.