ଆଜି ରାଜ୍ଯରେ ଆଉ ୧୧,୭୩୨ କରୋନା ପଜିଟିଭ୍ ଚିହ୍ନଟ, ପୁଣି ଗଲା ୧୯ଜଣଙ୍କ ଜୀବନ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ଆଉ ୧୧ହଜାର ୭୩୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲିଠୁ ରାଜ୍ୟରେ ଆଜି ସାମାନ୍ୟ କମିଛି ସଂକ୍ରମଣ। ଗତକାଲି ଏହି ସଂଖ୍ୟା ଥିଲା ୧୧ ହଜାର ୮୦୫। ହେଲେ ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି। ଗତକାଲି ୧୪ ଶହ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଏହି ସଂଖ୍ୟା ରହିଛି ୧୭୧୦। ଗତ ୨୪ ଘଣ୍ଟାରେ ପ୍ରାୟ ୩୦୦ ଅଧିକ ନୂଆ କେସ୍‌ ଆସିଛି। କଟକରୁ ୮୭୦ ଓ ଅନୁଗୁଳରୁ ୭୦୦ ଆକ୍ରାନ୍ତ ରହିଛନ୍ତି। ଗତକାଲି ସୁନ୍ଦରଗଡରେ ୧୨୦୯ ଥିବାବେଳେ ଆଜି ୬୪୧କୁ ଖସିଛି। ସେହିଭଳି ସମ୍ବଲପୁପରରେ ଗତକାଲି ୫୫୩ ଥିବାବେଳେ ଆଜି ୫୩୮ ପଜିଟିଭ୍‌ ବାହାରିଛନ୍ତି।

୫୬ହଜାର ୮୪୨ ଟେଷ୍ଟିଂ ମଧ୍ୟରୁ ୧୧ହଜାର ୭୩୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପୂର୍ବଦିନ ୫୬ହଜାର ୬୦୨ରୁ ୧୧ ହଜାର ୮୦୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରାଜ୍ୟରେ ଆଜି ପଜିଟିଭିଟ୍‌ ହାର ରହିଛି ୨୦. ୬୩ ପ୍ରତିଶତ । ଗତକାଲି ପଜିଟିଭିଟ୍‌ ହାର ଥିଲା ୨୦.୭୦ ପ୍ରତିଶତ। ସଂକ୍ରମଣରେ ଟପ୍‌ ୩ରେ ରହିଛି ଖୋର୍ଦ୍ଧା, କଟକ ଓ ଅନୁଗୁଳ। ଆଉ ୧୯ ଆକ୍ରାନ୍ତଙ୍କ ଜୀବନ ନେଇଛି ଭାଇରସ୍‌ । ଆକ୍ଟିଭ୍‌ କେସ୍‌ ୧ଲକ୍ଷ ୬ ହଜାର ୪୭୧ ଥିବାବେଳେ ସୁସ୍ଥ ହେଲେଣି ୪ଲକ୍ଷ ୭ ହଜାର ୪୦୩ । ମୃତ୍ୟୁସଂଖୃା ୨୩ଶହ ୧୩ରେ ପହଂଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.