ପୁଣି ହଜାରେ ଟପିଲା ଦୈନିକ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ରାଜ୍ୟରେ ୧୧୭୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ହଜାରେ ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ରାଜ୍ୟରେ ୧୧୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ହେି ସଂଖ୍ୟା ଥିଲା ୬୬୨। କ୍ୱାରେଣ୍ଟିନରୁ ୬୮୮ ଓ ଲୋକାଲ କଣ୍ଟାକ୍ଟ କେସ୍ ୪୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷ ଭିତରେ ୧୫୫ ଜଣ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୧୬ ଜଣ ଆକ୍ରାନ୍ତ ରହିଛନ୍ତି । ସୁନ୍ଦରଗଡରୁ ୨୬୧, ମୟୂରଭଞ୍ଜରୁ ୮୭ ଓ ସମ୍ବଲପୁରରୁ ୮୯ଟି କେସ୍ ରହିଛି । ରାଜ୍ୟରେ କୋଭିଡ୍ ଆକ୍ଟିଭ୍ କେସ ୭ ହଜାର ୧୧କୁ ବୃଦ୍ଧି ପାଇଛି ।