ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ଶହ ୯୬ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୨ ପଜିଟିଭ୍‌

ଭୁବନେଶ୍ୱର(କେନ୍ୟୁଜ୍): କାୟା ମେଲାଉଛି କରୋନା । ସଂକ୍ରମଣ ଉପରମୁହାଁ । ରାଜ୍ୟରେ ଦୈନିକ କେସ୍‌ ବଢୁଛି । ହଜାରେ ଉପରେ ରହୁଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ଶହ ୯୬ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୬୯୯ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି ୪୯୭ । ୧୮ ବର୍ଷ ଭିତରେ ଆଉ ୧୬୯ ଜଣ ସଂକ୍ରମିତ ହୋଇଛନ୍ତି ।

ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୧୨ ପଜିଟିଭ୍‌ । ସୁନ୍ଦରଗଡ଼ରୁ ୧୭୪, କଟକରୁ ୧୦୯, ମୟୂରଭଞ୍ଜରୁ ୧୦୨, ସମ୍ବଲପୁରରୁ ୭୦ ଓ ସୋନପୁର ଜିଲ୍ଲାରୁ ଆଉ ୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ୫୦ ଭିତରେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ଏହି ୬ ଜିଲ୍ଲାରୁ କେବଳ କେବଳ ୮୧୯ ପଜିଟିଭ୍‌ ବାହାରିଛନ୍ତି । ଯାହାକି ମୋଟ୍‌ ଆକ୍ରାନ୍ତଙ୍କର ୬୮ ପ୍ରତିଶତ । ଏବେ ରାଜ୍ୟରେ କରୋନାର ରାଇଜିଂ ଟ୍ରେଣ୍ଡ ରହିଛି । ରାଜ୍ୟରେ କୋଭିଡ୍‌ ଆକ୍ଟିଭ୍‌ କେସ୍‌ ୭ହଜାର ୯୩କୁ ବୃଦ୍ଧି ପାଇଛି । ସଂକ୍ରମଣ ସହ ବଢୁଛି ରେଡ୍‌ ଜୋନ୍‌ ଜିଲ୍ଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.