ରାଜ୍ୟରେ ରେକର୍ଡ: ୨୪ ଘଣ୍ଟାରେ ୧୨ହଜାର ୩୯୦ ପଜିଟିଭ୍‌ ଚିହ୍ନଟ, ୨୨ ମୃତ

ଭୁବନେଶ୍ବର: କରୋନାର ଲମ୍ବା ଲମ୍ଫ । ରାଜ୍ୟରେ ରେକର୍ଡ ୨୪ ଘଣ୍ଟାରେ ରେକର୍ଡ ୧୨ହଜାର ୩୯୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୨ ହଜାର ଟପିଛି ଦୈନିକ ସଂକ୍ରମଣ । ଦିନକରେ ସର୍ବାଧିକ ୨୨୦୧ ଆକ୍ରାନ୍ତ ହୋଇଛନ୍ତି ।

ସୁନ୍ଦରଗଡରୁ ୮୮୨, କଟକରୁ ୭୧୯, ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୬୭୭, ଅନୁଗୁଳରୁ ୫୩୨ ଓ ବରଗଡରୁ ୫୦୭ ନୂଆ କେସ୍‌ ରହିଛି। ମୟୂରଭଞ୍ଜରୁ ୪୮୦, ପୁରୀରୁ ୪୬୯, ବଲାଙ୍ଗୀରରୁ ୪୬୧, ଯାଜପୁରରୁ ୪୩୬, ଝାରସୁଗୁଡାରୁ ୪୧୩, ଭଦ୍ରକରୁ ୪୧୨ ଆକ୍ରାନ୍ତ ହୋଇଛନ୍ତି ।

ରାଜ୍ୟରେ ଆଉ ୨୨ ଆକ୍ରାନ୍ତଙ୍କ ଜୀବନ ନେଇଛନ୍ତି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୫ ଲକ୍ଷ ୮୮ ହଜାର ୬୮୭ରେ ପହଂଚିଛି । ଆକ୍ଟିଭ୍‌ କେସ୍‌ ୧ ଲକ୍ଷ ୪୦୧୬ ଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୮୨ ହଜାର ୩୪୫ । ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨୨ଶହ ୭୩କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.